ତହସିଲଦାର ଙ୍କ ବଦଳି ଦାବିରେ ନରସିଂହପୁର ରେ ଓକିଲଙ୍କ ଆନ୍ଦୋଳନ
ନରସିଂହପୁର(ଉଲାପ୍ର)କଟକ ଜିଲ୍ଲା ନରସିଂହପୁର ତହସିଲ ରେ କି ପାଲା ଚାଲିଛି,ଏଠି ତହସିଲଦାର ଙ୍କ ବଦଳି ଦାବିରେ ଓକିଲମାନେ ଗତ ତିନିଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି,ଯାହା ଫଳରେ ତହସିଲଦାର ଅଫିସ କୁ ଆସୁନାହାନ୍ତି,ଅନ୍ୟପଟେ କର୍ମଚାରୀ ମାନେ ଅଫିସ ବାହାରେ କର୍ମଚାରୀ ମାନେ ପାଲ ପକାଇ ତିନିଦିନ ହେଲା ବସିବସି ଯାଉଛନ୍ତି,ଯେହେତୁ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି ସେ ଦୃଷ୍ଟିରୁ ଅଫିସ ଗେଟ ଆଗରେ ଓକିଲ ମାନେ ବସି ରହିବା ଫଳରେ କର୍ମଚାରୀ ମାନେ ଆଉ ଅଫିସ ଭିତରକୁ ଯାଇ ପାରୁ ନାହାଁନ୍ତି, ଗତ ତିନିଦିନ ହେଲା ଅଫିସ ବନ୍ଦ ରହିଥିବା ବେଳେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଅଦ୍ୟାବଧି ଆଠଗଡ ଉପଜିଲ୍ଲାପାଳ କିମ୍ବା ଜିଲାପାଳ ଏହି ଆନ୍ଦୋଳନ ଉପରେ କର୍ଣ ପାତ କରିଛନ୍ତି କି ନାହିଁ ତାହା କାହିଁକି ଜଣା ପଡୁନାହିଁ,ଓକିଲଙ୍କ ଆନ୍ଦୋଳନ ଆହୁରି କେତେଦିନ ଏମିତି ଚାଲିବ ତାହା କାହାକୁ ଜଣାନାହିଁ,କେବଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରୁଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































