ବିନାଭକ୍ତ ରେ ହେବ ଧବଳେଶ୍ବରଙ୍କ ବଡଓଷା ଓ ପଞ୍ଚୁକ ବ୍ରତ,ମନ୍ଦିର ଆଖପାଖ ଅଞ୍ଚଳରେ ଜାରିହେଲା ୧୪୪ ଧାରା,ସେବାୟତ ଙ୍କ ବ୍ୟତିତ ସମସ୍ତଙ୍କୁ ମନ୍ଦିର ପ୍ରବେଶ ମନା
ଆଠଗଡ(ଉଲାପ୍ର)ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଆଠଗଡର ବାବା ଧବଳେଶ୍ବର ଙ୍କର ବଡ଼ ଓଷା ପାଇଁ ଏବର୍ଷ ବାଧକ ସାଜିଛି ମହାମାରୀ କରୋନା ।ଚଳିତ ବର୍ଷ ଅଁଳା ନବମୀ ଠାରୁ ପଞ୍ଚକ ପର୍ଯ୍ୟନ୍ତ ବାବା ଙ୍କ ନୀତିକାନ୍ତି ହେବ ଭକ୍ତ ଶୁନ୍ୟ ରେ। ରାଜ୍ୟ ସରକାରଙ୍କ କୋଭିଡ ଆଇନ କୁ କାର୍ଯ୍ୟକାରୀ କରି ଆଜି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ବର ଫାଣ୍ଡି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ ଉପଜିଲ୍ଲାପାଳ,ତହସିଲଦାର, ଚୌଦ୍ୱାର ଡ଼ିଏସପି, ତଥା ପୂଜକ ସମାଜ,ର ପ୍ରତିନିଧିମାନେ ଆଲୋଚନା ଭାଗନେଇ ଥିଲେ, ଆଜିଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ବାବାଙ୍କର ଦର୍ଶନ ନ କରିବା ପାଇଁ ୧୪୪ଧାରା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି,ପାଇକେରା ପୁର ଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ରାସ୍ତାରେ ପଞ୍ଚୁକ ସମୟରେ କେହି ଛିଡା ହୋଇପାରିବେ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛି, ସାଧାରଣ ଲୋକମାନେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାଇ ପାରିବେ କିନ୍ତୁ କେଉଁଠି ଅଟକି ପାରିବେ ନାହିଁ। ସର୍ବ ସାଧାରଣ ଙ୍କ ଦର୍ଶନ କୁ ଏଡ଼ାଇବା ପାଇଁ ନ ପ୍ଲାଟୁନ ପୋଲିସ କୁ ନିଯୋଜିତ କରାଯାଇଛି,ପୀଠ ମଧ୍ୟକୁ ସେବକ ମାନଙ୍କ ବ୍ୟତୀତ କୌଣସି ପ୍ରଶାସନିକ ଅଧିକାରୀ, ପୋଲିସ,ସାମ୍ବାଦିକ ମାନଙ୍କୁ ନ ଛାଡିବା ପାଇଁ ପୀଠରେ ସ୍ଥିର ହୋଇଛି,ଏ ବର୍ଷ ପହିଲି ପଞ୍ଚୁକ ବୁଧବାର ପଡୁଥିଲା ବେଳେ ବଡ଼ ଓଷା ଶନିବାର ପଡୁଅଛି। ଧବଳେଶ୍ବର ଙ୍କ ପୀଠକୁ ଆଜିଠାରୁ ୧୪୪ଧାରା ଜାରି କରିବା ସହ ଲୋକମାନେ ପୀଠକୁ ନ ଆସିବା ପାଇଁ ବ୍ୟାପକ ଭାବରେ ପ୍ରଚାର ପ୍ରସାର ର ଦାଇତ୍ଵ ଗଣମାଧ୍ୟମ କରିବାପାଇଁ ନିବେଦନ କରିଛି ଆଠଗଡ଼ ପ୍ରଶାସନ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































