ସମାଜରେ ଏବେ ପରିବର୍ତ୍ତନ ସମ୍ଭବ ନୁହେଁ
ଦେଶରେ ଆଜି ଅବିଶ୍ୱାସର ବାତାବରଣ, ଘୃଣା, ହିଂସା ପ୍ରତିବାଦ କରିବାର ଅଧିକାର ଆଉ ନାହିଁ କହିଲେ ଚଳେ ଓଡିଶା କାହିଁକି ବାଦ ଯିବ,ଦେଶ ଵ୍ୟାପୀ ଯେତେବେଳେ ଗଣତାନ୍ତ୍ରିକ ଅଧିକାର ବିପନ୍ନ, ଓଡିଶା ସରକାରଙ୍କ ଠାରୁ କାହିଁକି ଆଶା କରିବା, ପୃଥିବୀ ସାରା ଆଜି କ୍ଷମତାଶାଳୀ ମାନେ ଅଧିକରୁ ଅଧିକ ସ୍ୱେଚ୍ଛାଚାରୀ ହେଉଛନ୍ତି l ସମସ୍ତେ yes person ଖୋଜୁଛନ୍ତି l କୌଣସି ଦଳ, କୌଣସି ଚିନ୍ତାଧାରାର ବ୍ୟକ୍ତି ଏଥିରୁ ମୁକ୍ତ ନୁହଁନ୍ତି l କେହି ସ୍ରୋତର ପ୍ରତିକୂଳରେ ଯିବାକୁ ଚାଉଁନାହାନ୍ତି l ଯିଏ ଯାଉଛି ସେ ହଇରାଣ ହେଉଛି, ଜୀବନ ଵ୍ୟାପୀ ଅନେକ ସମସ୍ୟା ଭୋଗୁଛନ୍ତି l ଯେଉଁ ସବୁ ପ୍ରତିବାଦ ହେଉଛି ତାହା ପ୍ରତୀକଧର୍ମୀl ସକାଳେ ପ୍ରତିବାଦ କଲେ, ସନ୍ଧ୍ୟାରେ ହାତ ମିଳାଉଛନ୍ତି l ସମୟ କହୁଛି, ବିରୋଧ କରି ହଇରାଣ, ଅପମାନିତ ନହୋଉ, ଆତ୍ମ ସମର୍ପଣ କରି ଫାଇଦା ହାସଲ କର, ଯଦି ସମ୍ଭବ ପଦବୀ ଅକ୍ତିଆର କର l ଅନ୍ୟମାନେ ପଛରେ ଧାଇଁବେ, ପ୍ରଶଂସା କରିବେ l ଆମେ ଯେତେବେଳେ ଲଢେଇ କରୁଥିବା ବ୍ୟକ୍ତିଙ୍କୁ ଆମ ମଞ୍ଚରେ ସଂମାନ ଦେବାକୁ କୁଣ୍ଠିତ, ସେତେବେଳେ ଅନ୍ୟମାନେ କାହିଁକି ଦେବେ l ଆଜି କିଛି ଜନତା, ଲେଖକ, ବୁଦ୍ଧିଜୀବୀ ନିର୍ଦିଷ୍ଟ କ୍ଷମତାଶାଳୀଙ୍କୁ ସମର୍ଥନ କରିଲାବେଳେ ଆଉ କିଛି ଦୋଷ ଘୋଡାଉଛନ୍ତି ଏବଂ ଅନ୍ୟ ଗୋଷ୍ଠୀର କ୍ଷମତାଶାଳୀଙ୍କ ଦୋଷ ଦର୍ଶାଉଛନ୍ତି,ପରିସ୍ଥିତି ଭୟଙ୍କର l ଆମେରିକାର ଗଣମାଧ୍ୟମ ପରି ଆମ ଗଣ ମାଧ୍ୟମ ଏତେ ଶକ୍ତିଶାଳୀ, ବିତ୍ତଶାଳୀ ନୁହେଁ ଯେ ରାଷ୍ଟ୍ର ମୁଖ୍ୟ ଙ୍କୁ ବି challenge କରିପାରିବl ସମାଜରେ ପରିବର୍ତନ କିପରି ହେବ,ଆପଣମାନେ ବିିିିିଚାର କରନ୍ତୁ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































