କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ର ୨୬ ଗୋଟି ସୋସାଇଟି ରେ ୨ସହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ,ଆଠଗଡ ସିସିବି ବ୍ୟାଙ୍କ ଆଗରେ ଶତାଧିକ ଚାଷୀ ଙ୍କ ଆମରଣ ଅନଶନ
ଆଠଗଡ(ଉଲାପ୍ର)ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ସମବାୟ ଦୁର୍ନୀତି ଶୁଣିଲେ ଟିକେ କେମିତି ଖଟକା ଲାଗୁଥିଲେ ମଧ୍ୟ ଘଟଣା ସତ୍ୟ,ତାହା ପୁଣି ଆଠଗଡ ନିର୍ବାଚନ ମଣ୍ଡଳୀ ର ୨୬ଗୋଟି ସୋସାଇଟି ରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ସାରା ନିର୍ବାଚନ ମଣ୍ଡଳୀ ର ଶତାଧିକ ଚାଷୀ ଆଜି ଆଠଗଡ ସିସିବି ବ୍ୟାଙ୍କ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି, ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଅଭିନବ ଉପାୟରେ ହାତରେ ହଳ, ଲଙ୍ଗଳ,ଧାନ, ଦା ଧରି ଆଠଗଡ ଏଆରସିଏସ ଅଫିସ ଆଗରେ ଧାରଣା ଦେବା ସହିତ ପରେ ସହର ପରିକ୍ରମା କରି ସିସିବି ବ୍ୟାଙ୍କ ଆଗରେ ଆମରଣ ଅନଶନ ରେ ବସି ରହିଛନ୍ତି,ଏହି ଆମରଣ ଅନଶନ ରେ ମହିଳା ନେତ୍ରୀ ପ୍ରତିମା ରାଉତ,ଚିନ୍ତାମଣି ପ୍ରଧାନଙ୍କ ସହିତ ଅନେକ ଚାଷୀ ଏହି ଆମରଣ ଅନଶନ ରେ ବସିଛନ୍ତି,ଚାଷିମାନେ ଜମାରୁ ବ୍ୟାଙ୍କରୁ ଋଣ ନେଇନଥିବା ବେଳେ ଆଉ କେତେକ ଚାଷୀଙ୍କ ନୂଆ ପୁରୁଣା ଋଣ କରିବାକୁ କହି ଗୁରୁଡ଼ିଝାଟିଆ, ଢ଼ାଇପୁର, ଛଗାଁ, କୁମାରପୁର ଏମିତି ୨୬ଗୋଟି ସୋସାଇଟି ରେ ସୋସାଇଟି ସମ୍ପାଦକ ମାନେ ଋଣ କରି ଚାଷୀଙ୍କ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି,ଜଣେଜଣେ ଚାଷୀଙ୍କ ଋଣ ପାସ ବହିକୁ ଲକ୍ଷଲକ୍ଷ ଟଙ୍କା ଋଣ ଯାଇଥିଲେ ମଧ୍ୟ ପ୍ରକୃତରେ ଚାଷୀ ଏହି ଋଣ ପାଇ ନ ଥିବା ବେଳେ ଏହାର ସୁବିଧା ପାଇଛନ୍ତି ସୋସାଇଟି ସମ୍ପାଦକ ମାନେ ବୋଲି ଅଭିଯୋଗ କରିଛନ୍ତି ଶତାଧିକ ଚାଷୀ,ଏହି ସୋସାଇଟି ଦୁର୍ନୀତି ରେ ଚାଷିମାନେ ସିଧାସଳଖ ଅଙ୍ଗୁଳି ନିର୍ଦେଶ କରିଛନ୍ତି ଆଠଗଡ ବିଧାୟକ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଆଡକୁ,ଯୋଉ ପର୍ଯ୍ୟନ୍ତ ଚାଷୀ ତାର ନ୍ୟାୟ ନପାଇଛି ସେ ପର୍ଯ୍ୟନ୍ତ ଚାଷୀ ଆମରଣ ଅନଶନ ରେ ବସି ରହିଥିବ ବୋଲି ଚାଷିମାନେ ଚେତାବନୀ ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































