ପାଞ୍ଚଗାଁ ରେ ବିଡି ଶ୍ରମିକଙ୍କ ବିକ୍ଷୋଭ,ରାସ୍ତା ରୋକ,ବିଡ଼ିଓଙ୍କୁ ଦାବିପତ୍ର
ତିଗିରିଆ(ଉଲାପ୍ର)କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ନେଇ ଆଜି ସାରା ଭାରତ ରେ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛନ୍ତି ଶ୍ରମିକ ସଂଘ ମାନେ,ଭାରତରେ ଶ୍ରମ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିବା ଯୋଗୁ ୪୪ଟି ଆଇନରୁ ବର୍ତ୍ତମାନ କେବଳ ୪ ଟି ଆଇନ କାର୍ଯ୍ୟକାରୀ ହେଉଛି,ଯାହାର ପ୍ରତିବାଦ କରିଛନ୍ତି ବିଡି ଶ୍ରମିକ ମାନେ,କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର ହାତ ମିଳାଇ ଏହାକୁ ସମର୍ଥନ କରିଥିବା ଯୋଗୁ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାର ପ୍ରତିବାଦ କରିଛନ୍ତି ତିଗିରିଆ ବ୍ଲକ ବିଡି ଶ୍ରମିକ ସଙ୍ଗଠନ ପରିବାର,ପ୍ରାୟ ଶତାଧିକ ପରିବାର ସକାଳ ୬ଟା ଠାରୁ ତିଗିରିଆ ବ୍ଲକ ପାଞ୍ଚ ଗାଁ ଛକ ରେ ଆଠଗଡ ନରସିଂହ ପୁର ରାସ୍ତାକୁ ଅବରୋଧ କରି ରଖିଥିଲେ,ସେମାନଙ୍କ ର ଦାବି ଥିଲା ବିଡି ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରନ୍ତୁ ବୋଲି ଆନ୍ଦୋଳନ ରତ ଶ୍ରମିକ ମାନେ ଦାବି କରିଛନ୍ତି, ପାଞ୍ଚ ଗାଁ ଛକ ଠାରୁ ହିନ୍ଦ ମଜଦୂର ସଂଘର ନେତା ପ୍ରଭାକର ବେହେରା,ଜୟକୃଷ୍ଣ ବେହେରା ଙ୍କ ନେତୃତ୍ୱରେ ଶତାଧିକ ବିଡି ଶ୍ରମିକ ମହିଳା ଏକ ଶୋଭାଯାତ୍ରାରେ ଆସି ତିଗିରିଆ ବ୍ଲକ ଆଗରେ ବିକ୍ଷୋଭ କରିଥିଲେ, ଶ୍ରମିକ ସଂଘ ତରଫରୁ ଏକ ବାର ଦଫା ଦାବିପତ୍ର ବିଡ଼ିଓ ଦୀପ୍ତି ମୟୀ ବେହେରାଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































