କଟକ ସଦରରେ ନକଲି ଘିଅ କମ୍ପାନୀ ଉପରେ ପୋଲିସର ଚଢ଼ାଉ
କଟକ ସଦର ଥାନା ଅଞ୍ଚଳ ରେ ଥିବା ନକଲି ଘିଅ ତିଆରି କାରଖାନା ରେ ପୋଲିସ ର ଚଢ଼ାଉ।ଏ ସି ପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ମାଲଗୋଦାମ ଥାନା ଓ ସଦର ଥାନା ପୋଲିସ ର ମିଳିତ ଚଢ଼ାଉ କରିଛନ୍ତି,
ଉକ୍ତ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ଘିଅ ଟିଣ, ନକଲି ଡବା, କମ୍ପାନୀ ଲେବଲ୍, ଓଜନ ଯନ୍ତ୍ର ଏବଂ ଅନ୍ୟାନ୍ୟ ସହକାରୀ ଯନ୍ତ୍ରପାତି ର ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉ କି ଆଗରୁ ମଧ୍ୟ ଏଭଳି ଚଢ଼ାଉ ହେବା ପରେ ବଜାରରେ ଏବଂ ବୁଲା ବିକାଳି ନକଲି ଘିଅ କାରବାର ବନ୍ଦ କରିଥିଲେ। ମାତ୍ର ବର୍ତ୍ତମାନ ଏହି ଘଟଣାରୁ ସ୍ପଷ୍ଟ ଯେ ରାଜ୍ୟରେ ନକଲି ଘିଅ ଏବଂ ତେଲ କାରଖାନା ଚଳାଇବା ରାକେଟ ସକ୍ରିୟ ଅଛନ୍ତି। ତେବେ ଅଟକ ବ୍ୟକ୍ତିଙ୍କୁ ଜେରା କରିବା ପରେ ପୁଲିସ୍ କେତେ ସଫଳତା ପାଉଛନ୍ତି, ଦେଖିବାକୁ ବାକି ରହିଲା।
ରିପୋର୍ଟ- ଶାରଦା ପ୍ରସାଦ ମହାପାତ୍ର
Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































