ସୁନାବେଡ଼ାରୁ ୩,୨୮,୩୦୦ ଟଙ୍କାର ନକଲି ନୋଟ ଜବତ
କୋରାପୁଟ(ଉଲାପ୍ର)କୋରାାପୁୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳରୁ ଗତକାଲି ନକଲି ନୋଟ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କୋରାପୁଟ ପୁଲିସ ର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି। ଏକ ସ୍ବତନ୍ତ୍ର ସୂତ୍ରରୁ ଖବର ପାଇ ପୋଲିସ ସୁନାବେଡ଼ା ବସଷ୍ଟାଣ୍ଡରୁ ସନ୍ଦେହ ଜନକ ସ୍ଥିତିରେ ଅନାମ ଖିଲ ନାମକ ଜଣେ ନକଲି ନୋଟ ବ୍ୟବସାୟୀକୁ ଗିରଫ କରିବା ସହ ତା’ ଠାରୁ ୩ଲକ୍ଷ ୨୮ହଜାର ୩ଶହ ଟଙ୍କାର ଶହେ ଟଙ୍କିଆ ଓ ପଞ୍ଚଶହ ଟଙ୍କିଆ ନୋଟ ଜବତ କରିଛି। ଘଟଣାରେ ଅଧିକ ଲୋକଙ୍କ ସଂପୃକ୍ତି ନେଇ ଛାନ୍ ଭିନ୍ ଚାଲିଛି। ଏ ଘଟଣାରେ ସୁନାବେଡ଼ା ଥାନାରେ ୪୮୯ (କ)/୪୮୯(ଖ)/ ୪୮୯(ଗ)/ ଏବଂ ୧୨୦ (ଖ) ଧାରାରେ ତା୨୫/୧୧/୨୦୨୦ ରିଖରେ ଏକ ମାମଲା ରୁଜୁ କରାଯାଇଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































