ଆଠଗଡ କୋରଙ୍ଗା,ତିଗିରିଆ ଭୀରୁଡ଼ାରୁ ଏତେ ମଦ ଆସୁଛି କୋଉଠୁ,ମଦ ମାଫିଆ ମାନଙ୍କ ସହିତ ଅବକାରୀ ବିଭାଗ କର୍ମଚାରୀ ଙ୍କ ମଧୁ ଚନ୍ଦ୍ରିକା ଅଭିଯୋଗ
ଆଠଗଡ(ଉଲାପ୍ର)କଟକ ଜିଲ୍ଲାର ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଅବକାରୀ ବିଭାଗର ସୁପରିଟେଣ୍ଡ ଶାନ୍ତନୁ କୁମାର ଦାସ ଙ୍କର ଆଦେଶ କ୍ରମେ ଆଠଗଡ଼ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା। କଟକ ଅବକାରୀ ବିଭାଗର ଅଧିକାରୀ ଙ୍କ ସହ ଆଠଗଡ଼ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ଏକ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାର୍ଡ ର ମିଳିତ ଚଢ଼ାଉ ରେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର କୋରଙ୍ଗା ଗ୍ରାମରେ ଚଢ଼ାଉ କରି ସାତ ହଜାର ପାଞ୍ଚ ଶହ ଲିଟର ମଦ ପାଇଁ ରନ୍ଧା ହେବାକୁ ଥିବା ଗୁଡ଼ ପୋଚ କୁ ନଷ୍ଟ କରିଛି ଅବକାରୀ ବିଭାଗ। ଆଠଗଡ଼ ର କୋରଙ୍ଗା ସହ ଢେଙ୍କାନାଳ ର ଆଠଗଡ଼ କୁ ଲାଗିଥିବା ଗ୍ରାମ ଗୁଡିକରେ ମଧ୍ୟ ରେଡ଼ କରିଥିଲା ଅବକାରୀ ବିଭାଗ।ଏଠାରେ କହି ରଖୁକି ଆଠଗଡ଼ ଅଞ୍ଚଳରେ ମଦ ମାଫିଆଙ୍କ ଦୌରାତ୍ମ ବଢି ଚାଲୁଛି। ଏହି କୋରଙ୍ଗା ଗ୍ରାମରେ ମାସକ ମଧ୍ୟରେ ପାଞ୍ଚ ପାଞ୍ଚଥର ଚଢ଼ାଉ କରିଥିଲେ ମଧ୍ୟ ମଦ ମାଫିଆ ଙ୍କୁ ଗିରଫ କରିବା ରେ ଅସଫଳ ହେଉଛି ଅବକାରୀ ବିଭାଗ। ତେବେ ଏଠି ପ୍ରଶ୍ନ ଉଠେ ଆଠଗଡ଼ ଅବକାରୀ ବିଭାଗ କରୁଛି କଣ ? ନା ଜାଣିଶୁଣି ନିରବ ରହୁଛି ମଦ ମାଫିଆଙ୍କ ପାଇଁ। ଯଦି କଟକର ସ୍କ୍ୱାର୍ଡ ଆସୁଛି ତେବେ କୋରଙ୍ଗା ରେ ଚଢ଼ାଉ ହେଉଛି, ନଚେତ ଚୁପ ହୋଇ ବସି ପଡୁଛି ଆଠଗଡ଼ ଅବକାରୀ ବିଭାଗ।ମଦ ଭାଟିରେ ଚଢ଼ାଉ ପୂର୍ବରୁ ମଦ ମାଫିଆ ମାନଙ୍କୁ ଅବକାରୀ ବିଭାଗ ଖବର ଦେଉଥିବା ଯୋଗୁ ଅନାୟାସରେ ଖସି ଯାଆନ୍ତି ମଦ ମାଫିଆ ମାନେ, ଆଠଗଡ ଅବକାରୀ ବିଭାଗରେ କେତେକ କର୍ମଚାରୀ ଦୀର୍ଘବର୍ଷ ହେବ ରହିଥିବା ଯୋଗୁ ଏମାନେ ଖବର ଦିଅନ୍ତି ମଦ ମାଫିଆ ମାନଙ୍କୁ ଓ ଗଞ୍ଜେଇ ବେପାରୀ ମାନଙ୍କୁ, ତେଣୁ ଆଠଗଡ଼ ରେ ମଦ କାରବାର ଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନ ସୁଗାର ପର୍ଯ୍ୟନ୍ତ ବେପାର ବୃଦ୍ଧି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଧାରଣ ଜନତା। ଦେଖିବାକୁ ବାକି ରହିଲା କେବେ ତପ୍ତର ହେଉଛି ଆଠଗଡ଼ ଅବକାରୀ ବିଭାଗ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































