ଡାଳଭାଗ ରିଜର୍ଭ ଫରେଷ୍ଟକୁ ୯୩ ଲକ୍ଷ ଟଙ୍କାରେ ବିକିଦେଲା ଆଠଗଡ ବନବିଭାଗ,କଟାହେବ ୨ହଜାର ଶାଳ ଗଛ
ଆଠଗଡ(ଉଲାପ୍ର)ଥରେ ଦେଖି ନିଅନ୍ତୁ ଏହି ଫଟୋକୁ,ଇଏ ହେଉଛି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳଭାଗ ରିଜର୍ଭ ଫରେଷ୍ଟ ର ଦୃଶ୍ୟ,ଏଠି ବନସୁରକ୍ଷା ସମିତି ଗତ ୩୦ବର୍ଷ ଧରି ନିଜ ପୁଅପରି ଏହି ଶାଳ ଗଛକୁ ବଢ଼ାଇ ଆସିଥିଲା,ଆଉ ଏହି ଶାଳ ଗଛ ଜଙ୍ଗଲ ବର୍ତ୍ତମାନ ଉଜୁଡିବାକୁ ଯାଉଛି,ଏହାର କାରଣ ହେଲା ଏହାର ସନିକଟ ରେ ନିର୍ମାଣ ହେଉଛି ଶ୍ରୀ ସିମେଣ୍ଟ କାରଖାନା,ଯୋଉ କାରଖାନା କି ଘଣ୍ଟିଖାଲ ନିକଟରେ ନିର୍ମାଣ ଚାଲିଛି,ଆମର କମ୍ପାନୀକୁ ବିରୋଧ ନାହିଁ,ବିରୋଧ କରୁଛୁ କମ୍ପାନୀ କରିବା ପାଇଁ ଏହି ଶ୍ରୀ ସିମେଣ୍ଟ କମ୍ପାନୀ ୨ହଜାର ଶାଳ ଗଛ କାଟିବା ପାଇଁ ଆଠଗଡ ଜଙ୍ଗଲ ବିଭାଗକୁ ୯୩ ଲକ୍ଷ ଟଙ୍କା କମ୍ପାନୀକୁ ପ୍ରଦାନ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ଜଙ୍ଗଲ ବିଭାଗ କାହା ପ୍ରରୋଚନାରେ ପଡି ୨ହଜାର ଶାଳ ଗଛ କାଟିବା ପାଇଁ ନିଷ୍ପତ୍ତି ନେଲା, ଯୋଉ ଶାଳ ଗଛକୁ ଜଗି ଆସୁଛନ୍ତି ଡାଳଭାଗ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ମାନେ, ଯୋଉମାନେ ନିଜ ପୁଅପରି ଏହି ଶାଳ ଗଛକୁ ବଢ଼ାଇ ଜଙ୍ଗଲ ସୃଷ୍ଟି କରିଥିଲେ ସେହି ଜଙ୍ଗଲ ରେ ଏବେ ଶ୍ରୀସିମେଣ୍ଟ କଂପାନୀ ନିଜର ବିଦୂତ ତାର ଟାଣିକି ନେବ,ଏହି ଘଟଣାକୁ ଉଦୟ ଲାବଣ୍ୟ ଓ ଗଡଜାତପରିକ୍ରମା ତରଫରୁ ଦୃଢ ବିରୋଧ କରାଯାଉଛି,ଯଦି ଶ୍ରୀ ସିମେଣ୍ଟ କମ୍ପାନୀକୁ ସରକାର ବିଦୂତ ଦେବାକୁ ଚାହୁଁଛନ୍ତି ତେବେ ସିଧାସଳଖ ମୁଖ୍ୟ ରାସ୍ତା ଦେଇ କାହିଁକି ବିଦୂତ ଟାଣୁନାହାନ୍ତି ବୋଲି ବନ୍ୟ ପ୍ରାଣୀବିତ ସଙ୍ଗଠନ ମାନେ ପ୍ରଶ୍ନ କରିଛନ୍ତି, ଶିଳ୍ପ ହେଉ କିନ୍ତୁ ଦୁଇ ହଜାର ଶାଳ ଗଛକୁ ନକାଟିବା ପାଇଁ ଆଠଗଡ ବାସୀ ଦାବି କରିଛନ୍ତି,ରିଜର୍ଭ ଫରେଷ୍ଟ ରୁ ହଜାର ହଜାର ଶାଳ ଗଛ କଟାଯାଉ ଥିଲେ ମଧ୍ୟ ଆଠଗଡ ରେ ବିରୋଧୀ ଦଳର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































