ଭାରତ ବନ୍ଦକୁ ସମର୍ଥନ ଦେଲା ଆଠଗଡ କଂଗ୍ରେସ, ବିଭିନ ସ୍ଥାନରେ ରାସ୍ତାରୋକ,ଭାରତ ବନ୍ଦ ଆଠଗଡ ରେ ଶାନ୍ତି ପୂର୍ଣ୍ଣ
ଆଠଗଡ(ଉଲାପ୍ର)କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୧୨ ଦିନଧରି କୃଷକ ମାନେ ଦିଲ୍ଲୀରେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ଏବେ କୃଷି ଆନ୍ଦୋଳନ ଦିଲ୍ଲୀରୁ ପଲିକୁ ପହଁଚିଛି, ମଙ୍ଗଳବାର ଦିନ ଭାରତବର୍ଷର କୃଷକମାନେ ଭାରତ ବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ କରିଛି ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳ ଓ ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନ,ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ରେ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଠଗଡ ସହରର ବୀରକିଶୋର ପୁର,ଚାନ୍ଦବାଲି ଛକ ପ୍ରଭୁତି ସ୍ଥାନରେ ଟ୍ରକ ଗୁଡିକୁ ଅଟକାଇ ରାସ୍ତା ରୋକ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିବା ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଛି, ଏହି ଆନ୍ଦୋଳନ ରେ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଙ୍କ ସହିତ ସୁଦର୍ଶନ ସାହୁ,ସୁନିଲ ସୁତାର ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ,ଭାରତ ବନ୍ଦ କୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ଦୋକାନ ବଜାର ମଧ୍ୟ ବନ୍ଦ କରିଥିବା ବେଳେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି,ସରକାର ଭାରତ ବନ୍ଦ କୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଥିବାରୁ ସରକାରୀ କର୍ମଚାରୀ ମାନେ ଘରେ ରହି ପ୍ରଥମାଷ୍ଟମୀ ପାଳିବାର ସୁଯୋଗ ପାଇଛନ୍ତି,ଯୋଉ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୃଷି ଆଇନ କୁ ଉଛେଦ ନକରିଛନ୍ତି ସେ ପର୍ଯ୍ୟନ୍ତ ଚାଷୀ କରିଥିବା ଆନ୍ଦୋଳନ କୁ କଂଗ୍ରେସ ଦଳ ସମର୍ଥନ ଦେଇ ଆସୁଥିବ ବୋଲି ଆଠଗଡ କଂଗ୍ରେସ ନେତା ଉମା ବଲଭ ରଥ ପ୍ରକାଶ କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































