ମାରୁଗୋଠ ରାସ୍ତାରେ ଫାଇନାନ୍ସ ସଂସ୍ଥାର ଯୁବକକୁ ଗୁଳିକରି ଲକ୍ଷାଧିକ ଟଙ୍କା ଲୁଟିନେଲେ ତିନି ଦୁର୍ବୁତ୍ତ
ଆଠଗଡ(ଉଲାପ୍ର)ଆଠଗଡ ନରସିଂହପୁର ରାସ୍ତାର ମାରୁଗୋଠ ନିକଟରେ ଫାଇନାନ୍ସ କମ୍ପାନୀର ଯୁବକକୁ ଗୁଳିକରି ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା,ଯୁବକଙ୍କ ନାମ ଖିତ୍ତିସରଞ୍ଜନ ଭଞ୍ଜ,ସେ ମହିନ୍ଦ୍ର ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ,ମହିନ୍ଦ୍ରା ଫାଇନାନ୍ସ ରେ କାମ କରୁଥିବା ବେଳେ ସେ ସବୁଦିନ ଋଣ ନେଇଥିବା ଲୋକଙ୍କ ଠାରୁ କଲେକ୍ସନ ସାରି ଅନୁଗୁଳକୁ ବାଇକ ରେ ଫେରନ୍ତି,ଗୁରୁବାର ସନ୍ଧ୍ୟାରେ ନୂଆପଟଣା ରୁ କଲେକ୍ସନ ସାରି ଅନୁଗୁଳ ର ଏହି ଯୁବକ ଟଙ୍କା ନେଇ ଫେରୁଥିବା ବେଳେ ଜେନାପଦା ଠାରୁ ବାଇକ ରେ ତିନିଜଣ ଯୁବକ ତାଙ୍କୁ ପିଛା କରିଥିଲେ,କ୍ଷୀତିଶ ନିଜ ବାଇକ କୁ ଜୋରରେ ଚଳାଇବା ବେଳେ ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଗୁଳି କରିଥିଲେ,ସେ ତଳେ ପଡିଯିବା ପରେ ତାଙ୍କ ବ୍ୟାଗ ରେ ଥିବା ଲକ୍ଷାଧିକ ଟଙ୍କା ଛଡାଇ ନେଇ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ,ଯୁବକଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଗୁଳି ଜଙ୍ଘରେ ପଶି ବାହାରି ଯାଇଥିବା ବେଳେ ସେ ତଳେ ପଡି ଛଟପଟ ହେଉଥିବା ସମୟରେ ସ୍ଥାନୀୟ ଯୁବକ ମାନେ ଗୁରୁତର ଯୁବକଙ୍କୁ କେତେକ ଯୁବକଙ୍କ ସହଯୋଗ ରେ ଆଠଗଡ ମେଡ଼ିକାଲ ରେ ଆଣି ଭର୍ତ୍ତି କରିଥିଲେ,ପରେ ଏହି ଗୁରୁତର ଆହତ ଯୁବକକୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି,ଆଠଗଡ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା ଜଣାପଡ଼ିଛି, ଗତକିଛି ମାସ ହେଲା ଆଠଗଡ ଥାନା ଅଞ୍ଚଳରେ ରାହଜାନି,ଡକାୟତି,ଲୁଟ ଭଳି ଘଟଣା ବଢିଚାଲିଥିଲେ ମଧ୍ୟ ଆଠଗଡ ପୋଲିସ ନିରବ ଦ୍ରଷ୍ଟା ସାଜିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































