ରାୟଗଡା ରେ ଅଳ୍ପକେ ବର୍ତିଲା ଉଦ୍ଧାରକାରୀ ପୋଲିସ ଗାଡି। ଟ୍ରାକ୍ଟର କୁ ଟ୍ରକ ଦେଲା ଧକ୍କା , ଦୁଇ ମୃତ ଓ ଦୁଇ ଆହତ
ରାୟଗଡା,(ଉଲାପ୍ର)ରାୟଗଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି, ଟ୍ରାକ୍ଟର ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ବେଳେ ଅନ୍ୟ ପଟରୁ ଟ୍ରକ ଦେଲା ଧକା ଫଳରେ ଘଟଣା ସ୍ଥଳରେ ଦୁଇ ମୃତ ଓ ଦୁଇ ଗୁରୁତର ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟି ରେ। ବିଳମ୍ବିତ ରାତିରେ କଳାହାଣ୍ଡି ରୁ ଆନ୍ଦ୍ରପ୍ରଦେଶ ଶ୍ରୀକାକୁଲମ ଟ୍ରାକ୍ଟର ଯୋଗେ ୪ ଶ୍ରମିକ ଯାଉଥିବା ବେଳେ ଟିକିରି ନିକଟ କାଳିଆପଡା ଘାଟିରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା, ପୋଲିସ ଉପସ୍ଥିତିରେ ଆହତଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ପଟରୁ ଏକ କାଠ ବୋଝେଇ ଟ୍ରକ ଧକା ଦେଲା, ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହେଇଥିଲା ଏବଂ ଦୁଇ ଆହତ ହେଇଥିଲେ, ଏହି ସମୟରେ ଅଳ୍ପକେ ପୋଲିସ ଗାଡି ଦୁର୍ଘଟଣାରେ ବର୍ତିଯାଇଥିବା କୁହାଯାଉଛି, ମୃତ ଓ ଆହତ ମନେ ଶ୍ରୀକାକୁଲମ ର ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































