ଆଠଗଡ ବାରରେ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ୮୪ତମ ଜନ୍ମଦିନ ପାଳନ
ଆଠଗଡ(ଉଲାପ୍ର)ଆଠଗଡ ବାରରେ ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ୮୪ତମ ଜନ୍ମଦିନ ପାଳନ ,ଏହି ଉପଲକ୍ଷେ ବାରରେ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଜନ୍ମଦିନ ପାଳିବା ଏକ ନିଆରା ପରମ୍ପରା ଥିଲା,ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଓକିଲ ସଂଘ ସଭାପତି ସତେନ ପଣ୍ଡା,ସମ୍ପାଦକ ମନୋରଞ୍ଜନ ମହାନ୍ତି,ଅଦେଇତ୍ ଚରଣ ପଣ୍ଡା,ବିଷ୍ଣୁ ପ୍ରସାଦ ସାହୁ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବାରର ସମସ୍ତ ଓକିଲ ମାନେ ଯୋଗଦେଇ ପୂର୍ଣ୍ଣଚନ୍ଦ୍ରଙ୍କ ନିରାମୟ ଜିବନ କାମନା କରିଥିଲେ,ଏହି ଉପଲକ୍ଷେ ବାରରେ ଓକିଲ ମାନଙ୍କ ତରଫରୁ ଜନ୍ମଦିନ ଅବସରରେ କେକ ମଧ୍ୟ କଟାଯାଇଥିଲା,ପ୍ରତିବର୍ଷ ତାଙ୍କର ଜନ୍ମଦିନ କୁ ଆଠଗଡ ବାରର ଓକିଲ ମାନେ ବଡ଼ ଉତ୍ସାହର ସହିତ ପାଳନ କରୁଛନ୍ତି,ସେ ଶତାୟୁ ହୁଅନ୍ତୁ ବୋଲି ସଭାରେ ସବୁ ଓକିଲ ମାନେ ମତ ପ୍ରକାଶ କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































