ଆଠଗଡ ଏନଏସି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଆଠଗଡ(ଉଲାପ୍ର) ଆଠଗଡ ଏନଏସି ର ମହାବୀର ପ୍ଳାଜା ଠାରେ ସହରାଞ୍ଚଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି,ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ ଯୋଗଦେଇ କହିଲେ ସହରାଞ୍ଚଳ ରେ ଲୋକେ ସଚେତନ ହେଲେ ବିଜେପି ଦଳ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ସୁଦୃଢ଼ ହୋଇପାରିବ ବୋଲି ପ୍ରକାଶ କରିଥିଲେ,ଏହି ପ୍ରଶିକ୍ଷଣ ଶିବିରରେ କଟକ ମହାନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ,କଟକ ନଗର ବିଜେପି ଉପସଭାପତି ସୁନିଲ ଦ୍ବିବେଦୀ ପ୍ରମୁଖ ଯୋଗଦେଇ କହିଲେ ଆଠଗଡ ରେ ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଦଳ ଗତ ଦୁଇବର୍ଷ ହେଲା ସଙ୍ଗଠିତ ହୋଇଛି,ତେଣୁ ବିଜେପି ଆଠଗଡ ରେ ଆଗକୁଆଗକୁ ବଢୁଥିବା ଏକ ସ୍ୱାଗତ ଯୋଗ୍ୟ ଘଟଣା,ତେଣୁ ସହରାଞ୍ଚଳ ରେ ଦଳ ସଙ୍ଗଠିତ ହେଲେ ଏହାର ପ୍ରଭାବ ସାରା ନିର୍ବାଚନ ମଣ୍ଡଳୀ ରେ ପଡିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ, ଏହି ପ୍ରଶିକ୍ଷଣ ଶିବିରରେ ଏଟିବିଏନ ସଭାପତି ଫଣିଭୂଷଣ ରଥ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ, ଆଠଗଡ ଏନଏସି ନଗର ବିଜେପି ସଭାପତି ନଚିକେତା ପରମାନିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରକାଶ ସେଠି ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ, ଜଗଦାନନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ, ସଭାରେ ସଭାପତିତ୍ୱ କରି ବ୍ରଜେନ୍ଦ୍ର ରାୟ କହିଲେ ଆମକୁ ଏକଜୁଟ ହେବାକୁ ପଡିବ,ଆଗାମୀ ଦିନରେ ଆଠଗଡ ସହରରେ ପୌର ନିର୍ବାଚନ ଥିବାରୁ ଦଳକୁ ସଂଗଠିତ କରି ଦଳ ନିର୍ବାଚନ ଲଢ଼ିଲେ ବିଜେପି ଦଳ ନିଶ୍ଚିତ ଭାବେ ଆଠଗଡ ଏନଏସିକୁ ଦଖଲ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଏହି ପ୍ରଶିକ୍ଷଣ ଶିବିରରେ ଏନଏସି ନଗର ସମ୍ପାଦକ ରମାକାନ୍ତ ସେନାପତି ପ୍ରଦାନ କରିଥିଲେ, ପ୍ରଶିକ୍ଷଣ ଶିବିରରେ ପ୍ରଥମ କରି ସହରାଞ୍ଚଳ ର ଅନେକ ମହିଳା,ଗୃହିଣୀ,ଯୁବତୀ ଯୋଗଦେଇ ଆଠଗଡ ସହରରେ ଘରେଘରେ ବିଜେପିର ନାରା ପ୍ରଚାର କରି ଦଳକୁ ଆଗକୁ ନେବାକୁ ସମସ୍ତେ ଶପଥ ନେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































