ଭଲ ରାସ୍ତାକୁ ଭାଙ୍ଗି ଲୁଟୁଛି ଆଠଗଡ ଏନଏସି
ଆଠଗଡ(ଉଲାପ୍ର)ଆଠଗଡ ଏନଏ ସି ରେ ନାହିଁ ଶାସନ କି ପ୍ରଶାସନ,ଏଠି କେତେକ କୁଜି ନେତାଙ୍କ କଥାରେ ଚାଲିଛି ଆଠଗଡ ଏନଏସି,ଅଡିଟ ହେଉକି ସ୍ପେସିଆଲ ଅଡିଟ,କୋଟିକୋଟି ଟଙ୍କାର ଦୁର୍ନୀତି ଘଟଣାର ଅଡିଟ ରିପୋର୍ଟ ବାହାରିଥିଲେ ମଧ୍ୟ ଏଠି ହାତ ମୁହଁ ଧୋଇହୋଇ ସମସ୍ତେ ଚୁପ ବସି ଯାଇଛନ୍ତି,ଏହି ଘଟଣା ଉପରେ ବିରୋଧୀ ଦଳଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ,ଏଠି ଆମେ ଏଭଳି ଏକ ଚିତ୍ର ଦେଖାଉଛୁ ଯାହା ଦେଖିଲେ ଆପଣମାନେ ଅନୁମାନ କରିପାରିବେ ଆଠଗଡ ଏନଏସିରେ କେମିତି ହୁଏ ହରିଲୁଟ,ଏକ ଭଲ ରାସ୍ତାକୁ ଖୋଳି ସେଠି ପୁନର୍ବାର ଚାଲିଛି କଂକ୍ରିଟ ରାସ୍ତା ନିର୍ମାଣ, ଏ ରାସ୍ତା ହେଉଛି ଆଠଗଡ ସହର ଗଦାସାହି ରୁ ତଳସାହିକୁ ସଂଯୋଗ କରୁଥିବା ରାସ୍ତା, ଗତ ତିନିବର୍ଷ ତଳେ ଏହି ରାସ୍ତା କଂକ୍ରିଟ କରା ଯାଇ ଥିଲା,ଆଉ ରାସ୍ତା ଭଲ ଥିଲେ ମଧ୍ୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏଠି ପୁନର୍ବାର ରାସ୍ତା ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି,ହେଲେ ଏଠି ପ୍ରଶ୍ନ ଉଠୁଛି ରାସ୍ତା ଭଲ ଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାହା ନିର୍ଦ୍ଦେଶ ରେ ଅନୁମତି ଦେଲେ ରାସ୍ତା ନିର୍ମାଣ କରିବାକୁ,ଆଠଗଡ ରେ କଣ ରାଜନୈତିକ ଲୋକମାନଙ୍କୁ ଥଇଥାନ କରିବା ପାଇଁ ଏହି କାମ ଦିଆଯାଇଛି ନା ସତରେ ଏହି ରାସ୍ତା ଭାଙ୍ଗି ଯାଇଥିଲା ଏହା ପୁନର୍ବାର ନିର୍ମାଣ ହେଉଛି,ଆଉ ସତମିଛ କରି ଆଉ କେତେ ଲୁଟିଲେ ତମ ପେଟ ଫୁଲ ହେବ ବୋଲି ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି ଲୋକ,ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭଲ ରାସ୍ତାକୁ ହାଣି ଆଠଗଡ ଏନଏସି ଲୁଟ କରିବାରେ ମାହୀର ବୋଲି ଜଣାପଡୁଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































