କୃଷକ ଆଇନ ପ୍ରତ୍ୟାହାର ଦାବିରେ ଖୋଲା ଆକାଶ ତଳେ ଚାଷୀଙ୍କୁ ସମର୍ଥନ କରି କଂଗ୍ରେସ ର ଧାରଣା
ଆଠଗଡ(ଉଲାପ୍ର)ଭାରତବର୍ଷରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିକରି ଗତ ୨୪ଦିନ ହେଲା ଦିଲୀ ରାଜରାସ୍ତା ରେ ସାରା ଭାରତ ବର୍ଷର ଚାଷିମାନେ ଧାରଣା ଦେଇଛନ୍ତି, ଏହାକୁ ସମର୍ଥନ କରି ଜାତୀୟ କଂଗ୍ରେସ ମଧ୍ୟ ଏହି କଳା ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି,ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ଓଡ଼ିଶାର ୧୪୭ଟି ନିର୍ବାଚନ ମଣ୍ଡଳୀ ରେ ଆଜି ୨୪ ଘଣ୍ଟିଆ ଧାରଣା ଖୋଲା ଆକାଶ ତଳେ ଦିଆଯାଇଛି,ଏହି ପରିପ୍ରେକ୍ଷୀରେ ଆଠଗଡ କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ୨୪ଘଣ୍ଟିଆ ଧାରଣା ଦେଇଛନ୍ତି, ଏଥିରେ ଆଠଗଡ ଯୁବକଂଗ୍ରେସ ସଭାପତି ମନୋରଞ୍ଜନ ମହାନ୍ତି,ସୁରେଶ ଚନ୍ଦ୍ର ପରିଡା,ସଚିଦା ନନ୍ଦ ପଣ୍ଡା,ସୁନିଲ ସୁତାର,ସୁଦର୍ଶନ ସାହୁ ,ରଜନୀ ଜେନା,ପ୍ରଫୁଲ ସାହୁ,ମଙ୍ଗୁଳି ପାଣି,ପ୍ରମୁଖ ୫୦ରୁ ଉର୍ଦ୍ଧ କର୍ମୀ ଧାରଣା ରେ ବସିଛନ୍ତି,ଯୋଉ ପର୍ଯ୍ୟନ୍ତ ବିଜେପି ସରକାର କୃଷି ଆଇନକୁ ପ୍ରତ୍ୟାହାର କରିନାହାଁନ୍ତି ସେ ପର୍ଯ୍ୟନ୍ତ ରାଜ ରାସ୍ତାରେ ଚାଷିମାନେ ବସି ରହିଥିବେ, ନରେନ୍ଦ୍ର ମୋଦି ସରକାର ଅମ୍ବାନୀ,ଆଦାନୀଙ୍କ ସରକାର ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲଭ ରଥ ଅଭିଯୋଗ କରିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































