ଆଠଗଡ ରେ ଜାତୀୟ ଖାଉଟି ଦିବସ ପାଳିତ
ଆଠଗଡ(ଉଲାପ୍ର)ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସର ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି, ଆଠଗଡ ଖାଉଟି କଲ୍ୟାଣ ସଂଘ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଖାଉଟି ସଚେତନ ହେଲେ ଦେଶରୁ ଦୁର୍ନୀତି ହଟିବ ବୋଲି ପ୍ରକାଶ କରିଥିଲେ,ସଭାରେ ସଭାପତିତ୍ୱ କରିଥିଲେ ଆଠଗଡ ଖାଉଟି କଲ୍ୟାଣ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ସଂଘର ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ,ସଂଘର ଉପସଭାପତି ଅଦେଇତ ଚରଣ ପଣ୍ଡା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ, ସଭା ଶେଷରେ ଆଠଗଡ ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ, ଜାତୀୟ ଖାଉଟି ଦିବସରେ ଆଠଗଡ ର ସାମ୍ବାଦିକ,ଓକିଲ ସଂଘର କର୍ମକର୍ତ୍ତା, ବିଭିନ୍ନ କଲେଜର ଅଧ୍ୟାପିକା ଓ ସରକାରୀ କର୍ମଚାରୀ ମାନେ କୋଭିଡ କଟକଣା ମଧ୍ୟରେ ଯୋଗଦେଇଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































