୧୯୮୩ ବିଶ୍ୱନାଥ ବିଦ୍ୟାପୀଠ ଛାତ୍ର ମାନଙ୍କର ୨୨ ତମ ବନ୍ଧୁମିଳନ ଅନୁଷ୍ଠିତ
ଆଠଗଡ,୧୯୮୩ ବ୍ୟାଚ ବିଶ୍ୱନାଥ ବିଦ୍ୟାପୀଠ ଜୁନିଅର ଛାତ୍ର ମାନଙ୍କର ୨୨ତମ ବନ୍ଧୁମିଳନ ନୂଆଗଡ଼ ମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି,ଚଳିତବର୍ଷ ୧୯୮୩ ବ୍ୟାଚର ଚାରିଜଣ ପୂର୍ବତନ ଛାତ୍ର ରତ୍ନାକର ସାହୁ,ଶିଶିର ମିଶ୍ର,ରମେଶ ସାହୁ,ପ୍ରେମାନନ୍ଦ ସାହୁଙ୍କ ପରଲୋକ ରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା,ଆଉ ଦୁଇବର୍ଷ ପରେ ୧୯୮୩ ବ୍ୟାଚର ଛାତ୍ରମାନେ ୨୫ତମ ବନ୍ଧୁମିଳନ ଉତ୍ସଭ ପାଳନ କରିବାକୁ ଯାଉଥିବାରୁ ରୌପ୍ୟଜୟନ୍ତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ସର୍ବସମତି କ୍ରମେ ସଭାପତି ଭାବେ ଲଲାଟେନ୍ଦୁ ସେନାପତି,ଉପସଭାପତି ଭାବେ ସୁଦର୍ଶନ ସାହୁ,ସମ୍ପାଦକ ଭାବେ ସଞ୍ଜୟ ରଥ,ସହସମ୍ପାଦକ ଭାବେ ପ୍ରକାଶ ବେହେରା,କୋଷାଧ୍ୟକ୍ଷ ଭାବେ ମନୋଜ ପରିଜା,ଉପଦେଷ୍ଟା ଭାବେ ସତେନ ପଣ୍ଡା ମନୋନୀତ ହୋଇଛନ୍ତି,ଏହା ସହିତ କାର୍ଯ୍ୟକାରୀ କମିଟିକୁ ବିଜୟ କୁମାର ସାହୁ,ପ୍ରମୋଦ ରାୟ,ହରିହର ମିଶ୍ର,ଏକାଦଶୀ ସେଠି,ନିରୋଦ କୁମାର ସାହୁ,ପ୍ରମୋଦ କୁମାର ପାତ୍ର, ଅକ୍ଷୟ କୁମାର ରାଉତ,ଦୁର୍ଗାପ୍ରସାଦ ସ୍ୱାଇଁ,ଅଶୋକ କୁମାର ସାହୁ ମନୋନୀତ ହୋଇଛନ୍ତି।୧୯୮୩ ବ୍ୟାଚର ଜୁନିୟର ଛାତ୍ରମାନେ ଆଠଗଡ ରେ ବନ୍ଧୁ ମିଳନ ଉତ୍ସବ ପାଇଁ ଏକ ଉଦାହରଣ ପାଲଟିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































