ଆଠଗଡ ରେ ମହିଳା ମାନଙ୍କ ପାଇଁ ଉଦାହରଣ ଜ୍ୟୋତିର୍ମୟୀ
ଆଠଗଡ(ଉଲାପ୍ର)ଆଠଗଡ ରେ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାଣିକଣ୍ଠନଗରର ମହିଳା ଜ୍ୟୋତିର୍ମୟୀ ଦଳାଇ,ଯିଏକି ଜଣେ ମହିଳା ସହିତ ଦୁଇଟି ସନ୍ତାନର ଜନନୀ ହୋଇ ମଧ୍ୟ ପୁରୁଷ ମାନଙ୍କ ଠାରୁ ସେ କମ ନୁହନ୍ତି ବୋଲି ସମାଜକୁ ଦେଖାଇ ଦେଇଛନ୍ତି ଏହି ମହିଳା,ଆଠଗଡ ରେ ସେ ପ୍ରଥମ ମହିଳା ଯିଏ ଅଟୋ ଚଳାଇବା ଆରମ୍ଭ କରିଛନ୍ତି,ସେ ଅଟୋ ଖୁସିରେ ଚଳାଇ ନାହାଁନ୍ତି, ଅଟୋ ଚଳାଇବା ତାଙ୍କୁ ବାଧ୍ୟ କରିଛି,କାରଣ ତାଙ୍କ ଘର ହେଉଛି ଆଠଗଡ ସହର ବାଣିକଣ୍ଠନଗରର ରେ,ତାଙ୍କ ସ୍ୱାମୀ ଲୋନ କରି ଏକ ଅଟୋ କିଣିଥିଲେ,ତାଙ୍କ ସ୍ୱାମୀ ଗାଡି ଧକାରେ ମୃତୁବରଣ କରିବା ପରେ ତାଙ୍କ ସଂସାରକୁ ଦୁଃଖ ମାଡି ଆସିଥିଲା,ଦୁଇଟି ସନ୍ତାନ କୁ ନେଇ କେମିତି ବଞ୍ଚିବେ ଓ ଅଟୋ ଋଣ କେମିତି ପ୍ରଦାନ କରିବେ ସେଥିପାଇଁ ବ୍ୟସ୍ତଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅଟୋ ଦେଇଛି ତାଙ୍କୁ ଓ ଦୁଇ ଛୁଆଙ୍କୁ ବଞ୍ଚିବାର ରାହା,ଜ୍ୟୋତିର୍ମୟୀ ଗତ ୬ମାସ ହେଲା କ ରୋନା ସମୟରେ ଅଟୋ ଚଳାଇବା ଆରମ୍ଭ କରିଛନ୍ତି,ଆଉ ଯାତ୍ରୀ ମାନଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇ ପାରୁଥିବାରୁ ସେ ଖୁସି ଅଛନ୍ତି ଓ ତାଙ୍କ ଅଟୋରେ ବସିବା ପାଇଁ ମହିଳାମାନେ ବେଶ ପସନ୍ଦ କରୁଛନ୍ତି
,
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































