ସମବାୟ ବିଭାଗରେ ସମବାୟ ଦୁର୍ନୀତି, ମନ୍ତ୍ରୀମଣ୍ଡଳ ରୁ ସମବାୟ ମନ୍ତ୍ରୀଙ୍କୁ ବିଦା କରିବା ପାଇଁ ଦାବିକଲେ ଯୁବ ସଙ୍ଗଠକ ଅଭୟ
ଆଠଗଡ(ବିରୋ news)ସମଗ୍ର ରାଜ୍ୟରେ ସମବାୟ ଦୃନୀତି ଥମିବାର ନାଁ ଧରୁନି। କେଉଁଠି ଧାନ ମଣ୍ଡି କୁ ନେଇତ, କେଉଁଠି ଚାଷୀମାନଙ୍କ ନାମରେ କୋଟିକୋଟି ଟଙ୍କା ଋଣ କୁ ନେଇ,ନବୀନ ବାବୁଙ୍କ ଆଗ ଧାଡ଼ି ର ଦବଦବା ଜାହିର କରୁଥିବା ସମବାୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ ଙ୍କ ନାମରେ ଆସିଛି ମହା ଅଭିଯୋଗ। ଯେଉଁ ଅଭିଯୋଗ କୁ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରୁ ଏକ କୋଟିରୁ ଉର୍ଦ୍ଧ୍ବଟଙ୍କାର ଋଣ ଜାଲିଆତି ଆସିଥିଲା। ଯାହାକୁ ନେଇ ଆଠଗଡ଼ ର ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଗତ ନଅ ମାସ ଧରି ଅଭିଯୋଗ ପରେ ଅଭିଯୋଗ କରି ଆସୁଥିଲେ, ସାମ୍ବାଦିକ ସମ୍ମିଳନୀ ,ତାପରେ ମନ୍ତ୍ରୀଙ୍କ ବାସଭବନ ଚାଷୀଙ୍କ ଧାରଣା,ବିଧାନସଭା ସମ୍ମୁଖରେ ଚାଷିଙ୍କ ଆତ୍ମାହୁତି ପରେ ମଧ୍ୟ ସରକାର ସମ୍ପୃକ୍ତ ମନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ଆଠଗଡ଼ ନବେଢ଼ା ଚାଷୀଙ୍କ ସହିତ ଯୁବ ସଙ୍ଗଠକ ଅଭୟ ବାରିକ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖା ର ୨୬ଗୋଟି ସମବାୟ ସମିତିରେ ବ୍ୟାପକ ଜାଲିଆତି ହୋଇଥିବା ସହ ଏହି ଋଣ ଜାଲିଆତି ରେ ଖୋଦ ସମବାୟ ମନ୍ତ୍ରୀ ଙ୍କ ବଡ଼ ଭାଇ ବିରେନ୍ଦ୍ର ପ୍ରତାପ ସ୍ଵାଇଁ ସିଧାସଳଖ ସଂପୃକ୍ତ ଥିବାର ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ଓ ଅଭୟ ବାରିକ, ଏପର୍ଯ୍ୟନ୍ତ ସରକାର ୯ଜଣ କର୍ମଚାରୀ ଙ୍କୁ ସସପେଣ୍ଡ କରି ଦେଇ ବସି ପଡ଼ିଥିବା ବେଳେ କାହିଁକି ମନ୍ତ୍ରୀ ଏବଂ ARCS, DRCS ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ପ୍ରଶ୍ନ କରିଛନ୍ତି ଅଭୟ ବାରିକ।ମଙ୍ଗଳବାର ଦିନ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ ପଦା ଗାଁ ଠାରେ ଅଭୟ ବାରିକ ଚାଷୀ ମାନଙ୍କୁ ନେଇ ଏକ ସାମ୍ବାଦିକ ସମିଳନୀ କରିବା ସହିତ ବର୍ଷିଥିଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ଉପରେ,
ଯଦି ରାଜ୍ୟ ସରକାର ସମବାୟ ଋଣ ଜାଲିଆତି ରେ ମନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଥିବା କର୍ମଚାରୀ ଙ୍କ ସହ ତାଙ୍କ ବଡ଼ ଭାଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ନିଅନ୍ତି ତେବେ ବାଧ୍ୟ ହୋଇ ଆଗମୀ ଦିନରେ ରାଜ ରାସ୍ତା କୁ ଓଲ୍ହାଇବେ ଚାଷୀ ମାନେ ବୋଲି ଚେତାବନୀ ଦେଇଛନ୍ତି ଆଠଗଡ ନିର୍ବାଚନ ମଣ୍ଡଳୀ ର ୨୬ ଗୋଟି ସମବାୟ ସମିତିର ଋଣ କ୍ଷତିଗ୍ରସ୍ତ ଚାଷୀମାନେ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖା ର ମ୍ୟାନେଜର ଲଷ୍ମୀଧର ପଣ୍ଡା ଯୁବ ସଙ୍ଗଠକ ଅଭୟ ବାରିକ ଙ୍କୁ ଗତ ତା ୨୫-୧୧-୨୦ ରିଖରେ ଏକ ହାତ ଲେଖା ପତ୍ର ଦେଇଛନ୍ତି ଯେଉଁଥିରେ ଛ ଗାଁ ଏବଂ ଗୁରୁଡ଼ିଝାଟିଆ ସମିତିରେ ସ୍ୟାଡୋ ରେଜିଷ୍ଟର,ଲ୍ୟାଣ୍ଡ ରେଜିଷ୍ଟ୍ରର ମିଳୁନାହିଁ। ଏ ଥିରୁ ଆପଣ ଅନୁମାନ କରୁଥିବେ ଦୃନିତି କେତେ ପରିମାଣରେ ହୋଇଛି ଆଉ କେମିତି ହୋଇଛି,ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ସମବାୟ ଦୁର୍ନୀତି ରେ ମୁହଁ ଖୋଲିଛନ୍ତି ଛଗାଁ ସମବାୟ ସମିତିର ଜଣେ ପିଅନ ଗୋକୁଳି ପ୍ରଧାନ,ଯିଏକି କୋଡିଏ ରୁ ତିରିଶ ଲକ୍ଷ ଟଙ୍କାର କାଗଜପତ୍ର ରେ ଦସ୍ତଖତ କରିଛନ୍ତି,ଆଉ ଏହି ଟଙ୍କାକୁ ବିଧାୟକଙ୍କ ବ୍ଲକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ଓ ଛଗାଁ ସୋସାଇଟି ର ପୂର୍ବତନ ସଭାପତି ଖାଇ ଯାଇଛନ୍ତି ବୋଲି ଚାଂଚଲ୍ୟକର ବୟାନ ଦେଇଛନ୍ତି,ସମବାୟ ଦୁର୍ନୀତି ରେ ନିଜେ ସମବାୟ ମନ୍ତ୍ରୀ ଜଡିତ ଥିବା ଯୋଗୁ ତାଙ୍କୁ ମନ୍ତ୍ରୀମଣ୍ଡଳ ରୁ ବିଦା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରୁଛନ୍ତି ଅଭୟ ବାରିକ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































