ସାତବର୍ଷ ପରେ ଅନ୍ଧାର ଘରୁ ମୁକୁଳିଲେ ମହାପୁରୁଷ
ଆଠଗଡ(ଉଲାପ୍ର)ଦୀର୍ଘ ସାତବର୍ଷ ପରେ ଆଠଗଡ ଏନଏସିର ଅନ୍ଧାର ଘରୁ ମୁକୁଳିଲେ ମହାପୁରୁଷ ମାନେ,ଖୁଣ୍ଟୁଣି ଠାରୁ ନରସିଂହପୁର ରାସ୍ତା ପ୍ରଶାସ୍ତିକରଣ ପାଇଁ ଆଠଗଡ ସହରରେ ମୁଖ୍ୟ ଛକ ମାନଙ୍କରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି କୁ ଉଠାଇ ନିଆଯାଇ ଏନଏସିର ଅନ୍ଧାର ଘରେ ଫୋପାଡ଼ି ଦିଆଯାଇଥିଲା,ଯାହାକୁ ନେଇ ଗତ ସାତବର୍ଷ ହେଲା ଗଡଜାତ ପରିକ୍ରମା ଓ ଭାଷାବିତ ମାନଙ୍କ ତରଫରୁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନଥିଲା,ଏହି ଅନ୍ଧାର ଘରେ ଗତ ସାତବର୍ଷ ହେଲା ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ,ପଣ୍ଡିତ ଗୋପବନ୍ଧୁ ଦାସ,ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଆଠଗଡ ର ଉଦିୟ ମାନ ଯୁବକ ସ୍ବର୍ଗତ ବାଦଲ ରଥ,ଚଳିତ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକରେ ସାମ୍ବାଦିକ ମାନଙ୍କ ତରଫରୁ ଜୋରଦାର ଏହି ଘଟଣାକୁ ବିରୋଧ କରିବା ସହିତ ପ୍ରତିମୂର୍ତ୍ତି ଗୁଡିକୁ ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯିବା ପାଇଁ କୁହାଯିବା ପରେ ଶେଷରେ ଆଠଗଡ ଉପଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏହି ମହାପରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ଅଳିଆ ଗଦାରୁ ବାହାର କରାଯାଇ ଆଠଗଡ଼ ଆଇନ ମହାବିଦ୍ୟାଳୟ ପଛପଟେ ହୋଇଥିବା ପାର୍କ ରେ ପ୍ରତିଷ୍ଠା କରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ ଦେବାପରେ ଆଜିଠାରୁ ଏହି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନା କରାଯାଇଛି, ଆସନ୍ତା ସାଧାରଣତନ୍ତ୍ର ଦିବସରେ ଏହି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ଉନମୋଚନ କରାଯିବ,ଦୀର୍ଘଦିନ ର ଦାବି ଆଜି ଶେଷରେ ସଫଳ ରୂପାୟନ ନେଇଛି,ଗଡଜାତ ପରିକ୍ରମା,ଉଦୟ ଲାବଣ୍ୟ ଓ ସାମ୍ବାଦିକ ତଥା ଭାଷା ଯୋଦ୍ଧା ମାନଙ୍କ ତରଫରୁ ଆଠଗଡ ଉପଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ସାଧୁବାଦ ଜଣାଉଛୁ।ବନ୍ଦେ ଉତ୍କଳ ଜନନୀ,ଜୟ ଭାରତ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































