ସେରମ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣା, ୫ ମୃତ
ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣାରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୫ ଜଣ ହେଉଛନ୍ତି କର୍ମଚାରୀ । ଗୁରୁବାର ଦିନ ବିଲ୍ଡିଂର ଟର୍ମିନାଲ-୧ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।
ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲା । ଏହାବ୍ୟତୀତ ସେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ତେବେ ଟିକା ଉତ୍ପାଦନରେ କୌଣସି ବାଧା ସୃଷ୍ଟି ହୋଇନଥିବା ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଅପରପକ୍ଷରେ ଟିକା ପ୍ରସ୍ତୁତ କୋଠାରେ ନିଆଁ ଲାଗିନାହିଁ। ନିଆଁ ଲାଗିଥିବା ସ୍ଥାନରୁ ଟିକା ପ୍ରସ୍ତୁତ ସ୍ଥାନ ଦେଢ କିଲୋମିଟର ଦୂର ବୋଲି ସୂଚନା ମିଳିଛି।
ନିଆଁକୁ ଆୟତ୍ତ କରିବାରେ ୧୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣା ସମ୍ପର୍କରେ ଖବର ନେବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ‘କୋଭିଶିଳ୍ହ’ ନାମକ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମିଳିତ ଭାବେ ତିଆରି କରୁଛନ୍ତି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































