ଗଡଜାତ ପରିକ୍ରମା ତରଫରୁ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
ଆଠଗଡ(ଉଲାପ୍ର)୭୨ ତମ ସାଧାରଣ ତନ୍ତ୍ର ଦିବସରେ ଆଠଗଡ ର ସ୍ମୃତି ପୀଠ ଠାରେ ମହାପୁରୁଷ ମାନଙ୍କୁ ଗଡଜାତ ପରିକ୍ରମା ତରଫରୁ ମାଲ୍ୟାର୍ପଣ କରାଯାଇଛି, ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶ,ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ ସେନାପତି,ପ୍ରଭାକର ପଟ୍ଟନାୟକ, ତ୍ରିଲୋଚନ ବେହେରା,ପୁଲିନ ମିଶ୍ର,ବିଜୟ ନାୟକ,ସନ୍ତୋଷ ବାରିକ,ସର୍ବେଶ୍ୱର ପଣ୍ଡା,ପ୍ରକାଶ ସେଠୀ, ଅଶୋକ ଦାଶ,ସ୍ୱପ୍ନାରାଣୀ ବେହେରା ପ୍ରମୁଖ ନେହେରୁ,ଇନ୍ଦିରା ଗାନ୍ଧୀ,ଗୋପବନ୍ଧୁ,ବାଦଲ ରଥ ଓ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ,ସୂଚନାଯୋଗ୍ୟ ଗତ ସାତବର୍ଷ ଧରି ଆଠଗଡ ମୁଖ୍ୟରାସ୍ତା ନବୀକରଣ ବେଳେ ନେହେରୁ,ଗାନ୍ଧୀ,ଗୋପବନ୍ଧୁ, ବାଦଲ ରଥଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇ ଏକ ଅନ୍ଧାର ଘରେ ରଖାଯାଇ ଥିଲା,ଏ ସମ୍ପର୍କରେ ଗଡଜାତ ପରିକ୍ରମା ତରଫରୁ ବାରମ୍ବାର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ଆଠଗଡ ସହର ରେ ପୁନପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଥିଲା,ଗତ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ରେ ଉପଜିଲାପାଳ ଙ୍କ ନିର୍ଦେଶ ମତେ ସେହି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ସ୍ମୃତି ପୀଠ ଠାରେ ପୁନସ୍ଥାପନା କରାଯାଇଛି, ସାଧାରଣତନ୍ତ୍ର ଦିବସ ଦିନ ପ୍ରଶାସନ ତରଫରୁ ସକାଳେ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ ବୋଲି ସ୍ଥିର ହୋଇଥିଲା,ହେଲେ ସକାଳ ୮ ସୁଦ୍ଧା ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ନହେବା ଫଳରେ ଶେଷରେ ଗଡଜାତ ପରିକ୍ରମାର ସଦସ୍ୟ ମାନେ ପ୍ରତିମୂର୍ତି ଗୁଡିକରେ ମାଲ୍ୟାର୍ପଣ କରିଥିଲେ,ବୋଧ ହୁଏ ମହାପୁରୁଷ ମାନେ ଆଠଗଡ ର ଐତିହ୍ୟ,ସାହିତ୍ୟ,ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଥିବା ଗଡଜାତ ପରିକ୍ରମା ହାତରୁ ପୁଷ୍ପମାଲ୍ୟ ଗ୍ରହଣ କରିବାପାଇଁ ଅପେକ୍ଷା କରିଥିଲେ,ଶେଷରେ ୮ଟା ୪୫ ମିନିଟ ରେ ଆଠଗଡ ଏନଏସି ତରଫରୁ ମହାପୁରୁଷ ମାନଙ୍କ ଉପରେ ମାଲ୍ୟାର୍ପଣ କରାଯାଇ ଥିଲେ ମଧ୍ୟ ବିଜୁବାବୁଙ୍କ ପ୍ରତିମୂର୍ତିରେ ଏକ ବାଉଁଶ ରେ ଫୁଲମାଳକୁ ଟେକାଯାଇ ପକାଯାଇଥିଲା,ଇଏ କୋଉ ପ୍ରକାର ସନମାନ, ଯଦି ପ୍ରତିମୂର୍ତ୍ତି ନିର୍ମାଣ କରୁଛ, ପ୍ରତିମୂର୍ତ୍ତି ଉପରେ ଫୁଲମାଳ ପକାଇବାକୁ ସିଡ଼ି ନାହିଁ ତେବେ ଏତେ ବଡ଼ ପ୍ରତିମୂର୍ତ୍ତି ନିର୍ମାଣ କୁ ଗଡଜାତ ପରିକ୍ରମା ବିରୋଧ କରୁଛି,ବିଜୁବାବୁଙ୍କ ପ୍ରତି ଏହା କଣ ଅପମାନ ନୁହେଁ କି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































