ସାଧାରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳିଲେ ଅଭୟ,ପାଞ୍ଚଶହ ମିଟର ଜାତୀୟ ପତାକା ଧରି କଲେ ସହର
ଆଠଗଡ(ଉଲାପ୍ର)ଭାରତ ବର୍ଷ ପାଳନ କରିଛି ୭୨ତମ ସାଧାରଣତନ୍ତ୍ର ଦିବସ। ଯେଉଁଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିଥିଲା ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ।ଚଳିତ ବର୍ଷ ମହାମାରୀ କୁ ଆଖି ଆଗରେ ରଖି କାଣ୍ଟ ଛାଂଟ କରି ଅଳ୍ପ ସଂଖ୍ୟକ ରେ ସାରା ଭାରତ ବର୍ଷରେ ପାଳନ କରାଯାଇଛି ଏହି ମହାନ ଦିବସ କୁ ।ଚଳିତ ବର୍ଷ ଆଉ ଦୁଇ ପାଦ ଆଗକୁ ଯାଇ କଟକ ଜିଲ୍ଲା ଆଠଗଡ଼ ର ଯୁବ ସଙ୍ଗଠକ ତଥା ଅବସର ପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ପାଞ୍ଚ ଶହ ମିଟର ର ଏକ ଜାତୀୟ ପତାକା କୁ ଆଠଗଡ଼ ସହର ପରିକ୍ରମା କରି ଲୋକମାନେ ଗଣତନ୍ତ୍ର କୁ ଭରସା କରି ହିଂସା ଛାଡ଼ି ଅହିଂସା କୁ ପାଥେୟ କରି ଚଳିବାକୁ ଆଠଗଡ଼ ବାସୀଙ୍କୁ ଅନୁରୋଧ କରିଥିଲେ,ଜାତୀୟ ପତାକାର ଲମ୍ବ ଥିଲା ପାଞ୍ଚ ଶହ ମିଟର,ଚଉଡା ଥିଲା ଆଠ ଫୁଟ,ଶହଶହ ଲୋକ ହାତରେ ଜାତୀୟ ପତାକାକୁ ଉଭୟ ପଟୁ ଧରି କରିଥିଲେ ସହର ପରିକ୍ରମା,ରାସ୍ତା ସମ୍ପୂର୍ଣ ଜାମ ହୋଇଯାଇଥିଲା,ରାସ୍ତାର ଉଭୟ ପଟରେ ଶହଶହ ଗାଡି ଅଟକି ରହିଥିଲା,ଏତେ ବଡ଼ ଜାତୀୟ ପତାକା ଆଠଗଡ ବାସୀ କେବେ ଦେଖି ନଥିଲେ,କିଏ ଛାତ ଉପରେ,କିଏ ରାସ୍ତାରେ,କିଏ ଗାଡି ଭିତରେ ଯିଏ ଯୋଉଠି ପାଇଲା ନିଜ ମୋବାଇଲ ବାହାରକରି ରେକର୍ଡିଂଗ କରିବାକୁ ଲାଗିଲେ, ଏଭଳି ନିଆରା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆଠଗଡ ସହରରେ ଦେଖିବାକୁ ମିଳିଥିଲା,ସମସ୍ତଙ୍କ ମନରେ ଭରି ରହିଥିଲା ଦେଶ ମାତୃକା କଥା,କିଛି ସମୟ ପାଇଁ ଲୋକମାନଙ୍କ ଆଖିରେ ଆସି ଯାଇଥିଲା ଲୁହ,ସମସ୍ତେ କହୁଥିଲେ ଭାରତ ମାତାକି ଜୟ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































