ଆଠଗଡରେ ସ୍ଥାନୀୟ ନିଯୁକ୍ତି ଓ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦାବିନେଇ ଧାରଣା
ଆଠଗଡ(ଉଲାପ୍ର)ରାଷ୍ଟ୍ରୀୟ ଜୟ ହିନ୍ଦ ପାର୍ଟି ତରଫରୁ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ଜୟ ହିନ୍ଦ ପାର୍ଟିର ରାଜ୍ୟ ସଭାପତି ଇଂଜିନିଅର ଦେବୀପ୍ରସାଦ ମହାପାତ୍ର,ଆଠଗଡରେ ଗଢି ଉଠିଥିବା କମ୍ପାନୀ ମାନଙ୍କରେ ସ୍ଥାନିୟ ଯୁବକ ମାନଙ୍କୁ ନିଯୁକ୍ତି ଓ ଆଠଗଡ ରେ ବିଭିନ୍ନ କମ୍ପାନୀ ମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲିବାକୁ ଦାବିକରି ଗତ ଏକ ସପ୍ତାହ ତଳେ ଇଂଜିନିଅର ଦେବୀପ୍ରସାଦ ମହାପାତ୍ର ଆଠଗଡ ଉପଜିଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ, ଉପଜିଲାପାଳ ଏ ସମ୍ପର୍କରେ କୌଣସି ପଦକ୍ଷେପ ନନେବା ଫଳରେ ଆଜିଠାରୁ ଦେବୀପ୍ରସାଦ ମହାପାତ୍ର ତାଙ୍କ ସମର୍ଥକ ମାନେ ଆଠଗଡ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତି ନିକଟରେ ଧାରଣା ଦେଇଛନ୍ତି,ତାଙ୍କର ଦାବି ହେଉଛି ଗତ ପନ୍ଦର ବର୍ଷ ହେଲା ଆଠଗଡ ରେ ଅନେକ ଗୁଡିଏ କଳକାରଖାନା ପ୍ରତିଷ୍ଠା ହୋଇସାରିଲାଣି,ହେଲେ ଆଠଗଡ ଅଞ୍ଚଳର କୌଣସି ଯୁବକଙ୍କୁ କମ୍ପାନୀ ମାନଙ୍କରେ ନିଯୁକ୍ତି ମିଳୁନାହିଁ,ଯାହାଫଳରେ ସ୍ତାନୀୟ ଯୁବକ ମାନେ ବେକାର ହେଉଛନ୍ତି,ଆଠଗଡ ରେ ବିଭିନ୍ନ କମ୍ପାନୀ ଗୁଡିକର ମୁଖ୍ୟ କାର୍ଯ୍ୟାଳୟ ନଥିବା ଯୋଗୁ ସ୍ଥାନୀୟ ଯୁବକ ମାନେ କଟକ,ଭୁବନେଶ୍ୱର ଯାଉଛନ୍ତି ଏହି କମ୍ପାନୀ ରେ ନିଯୁକ୍ତି ପାଇଁ,ହେଲେ ସେମାନଙ୍କୁ କମ୍ପାନୀ ଗୁଡିକ ଅଣଦେଖା କରି ରାଜ୍ୟ ବାହାର,ଜିଲା ବାହାର ଲୋକଙ୍କୁ ନିଯୁକ୍ତି ଦେବାଯୋଗୁ ସ୍ତାନୀୟ ଯୁବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି,ଆଠଗଡ ପ୍ରଶାସନ ଯଥାଶୀଘ୍ର ସ୍ଥାନୀୟ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଆଠଗଡ ଅଂଚଳରେ କମ୍ପାନୀ ଗୁଡିକର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି ଜୋର ଧରୁଛି, ଦୀର୍ଘବର୍ଷ ପରେ ଜଣେ ଆଠଗଡ଼ିଆ ଭାବେ ଏଭଳି ଆନ୍ଦୋଳନକୁ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମର୍ଥନ କରୁଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































