ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହରେ ଅଚଳାବସ୍ଥା, ଅଧ୍ୟକ୍ଷାଙ୍କ ଧାରଣା
ବରଗଡ଼- ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ଗତ ତିନି ମାସ ମାସ ଧରି ହୋଇଥିଲେ ମଧ୍ୟ ଏବେବି ଅଚଳାବସ୍ଥା ଜାରି ରହିଛି। ଫଳରେ ଅନେକ ବଜାର ପ୍ରାଙ୍ଗଣରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡ଼ି ରହିଛି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଓ ମହିଳା ମୋର୍ଚ୍ଚା ସଭ୍ୟା ମାନେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ଙ୍କୁ ଦିଆଯାଇଥିବା ଟୋକନ ଅବଧି ଏବେ ଶେଷ ହେବାକୁ ଥିବା ବେଳେ ଧାନ କିଣାରେ ଅଚଳାବସ୍ଥା ଚିନ୍ତା ର କାରଣ ହୋଇଛି। ବିଶେଷ କରି ପଦ୍ମପୁର ଉପଖଣ୍ଡ ରେ ଏହି ସମସ୍ୟା ଅଧିକ। ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ୟାକ୍ସ ଠାରେ ଏବେ ମଧ୍ୟ ୨୦ ହଜାର କ୍ଵିଣ୍ଟାଲ ରୁ ଅଧିକ ଧାନ ପଡ଼ି ରହିଛି ବୋଲି ଅଧ୍ୟକ୍ଷ। ଅଭିଯୋଗ କରିଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































