ବଡମ୍ବା କଲେଜରେ କାହିଁକି ଛାତ୍ର ଅଶାନ୍ତି
ଆମ ଅଞ୍ଚଳର ହାଲଚାଲ(ସମ୍ପାଦକୀୟ)
ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି କଣ ପାଇଁ,କଣ ପାଇଁ ଦୁଇ ଅଧ୍ୟକ୍ଷ ଙ୍କ ମଧ୍ୟରେ ଚାଲିଛି ଏ ଲଢେଇ, ଜଣେ ମହିଳା ଅଧ୍ୟକ୍ଷ ଭାବେ ଆଠଗଡ ଉପଜିଲାପାଳ ଙ୍କୁ ଠାରୁ ଦାଇତ୍ୱ ନେବାପରେ ପୂର୍ବତନ ଅଧ୍ୟକ୍ଷ ଙ୍କୁ ଉପଜିଲାପାଳ କେମିତି ଦେଲେ ପୁନର୍ବାର ଦାୟିତ୍ୱ ତାକୁନେଇ ଏବେ ବଡମ୍ବା ରେ ଚାଲିଛି ପାଲା,ଅନ୍ୟପକ୍ଷରେ ଜଣେ ଅଧ୍ୟାପିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣି ବଡମ୍ବା ଥାନାରେ ଦେଇଛନ୍ତି ଏତେଲା,ବଡମ୍ବା ଥାନା ପୋଲିସ କଲେଜକୁ ଯାଇ ଘାଂଟିଛି, ହେଲେ ପୋଲିସ କାହା ଚାପରେ ପଦକ୍ଷେପ ନେଇ ପାରୁନାହିଁ ତାକୁ ନେଇ ଛାତ୍ରଛାତ୍ରୀ ଉଠାଇଲେଣି ପ୍ରଶ୍ନ,କଲେଜ ଆଗରେ ଆଜି ଛାତ୍ରଛାତ୍ରୀ ନାରାବାଜି ଦେବା ସହିତ ଅଯୋଗ୍ୟ ଅଧ୍ୟକ୍ଷ ଙ୍କୁ ବହିଷ୍କାର କରିବାପାଇଁ ଦାବିପତ୍ର କରିଛନ୍ତି,ଆଠଗଡ ଉପଜିଲାପାଳ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ହୋଇଥିବା ବେଳେ କାହିଁକି ଏଭଳି ଘଟଣାକୁ ପ୍ରଶ୍ରୟ ଦେଉଛନ୍ତି ତାହା ବୁଝାପଡୁନାହିଁ,ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ନାମରେ ଯେତେ ଅଭିଯୋଗ ଆସିଲେ ମଧ୍ୟ ବଡମ୍ବା ବିଧାୟକ କାହିଁକି ଘଣ୍ଟ ଘୋଡାଉଛନ୍ତି,ଏଠି ବିରୋଧୀ ଦଳ ଓ ଅଭିଭାବକମାନେ ଅଛନ୍ତି ନା ନାହିଁ,ଯଦି ଅଛନ୍ତି ସେମାନେ କାହିଁକି ଘଟଣା ଉପରେ ହସ୍ତକ୍ଷେପ କରୁ ନାହାଁନ୍ତି, ମୋହନ ସୁବୁଦ୍ଧି ମହାବିଦ୍ୟାଳୟ କଣ ରାଜନୈତିକ ଆଶ୍ରୟସ୍ଥଳ ପାଲଟି ଗଲାଣି କି,ଯଦି ନାହିଁ ତେବେ ଜଣେ ଗଡଜାତିଆ ଭାବେ ସରକାର ଏହି ଘଟଣା ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରୁଛୁ, ଛାତ୍ରଛାତ୍ରୀ ମାନେ ଜ୍ଞାନ ଆହରଣ କରୁଥିବା ଏହି ମନ୍ଦିରରେ କଳଙ୍କ ନଲାଗୁ ଏହାହିଁ ଉଦୟ ଲାବଣ୍ୟ ଦାବି କରୁଛି।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































