ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟସ୍କୁଲ ଭାବେ ଗ୍ରହଣ କଲେ ପୂର୍ବତନ ଛାତ୍ର ତଥା କଟକ ଜିଲାପାଳ
ଆଠଗଡ(ଉଲାପ୍ର)ଆଠଗଡ ର ସର୍ବପୁରାତନ ହାଇସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ଆଜି ସନ୍ଧ୍ୟାରେ ଜିଲାପାଳ ଆଠଗଡ ଆସି ସହରରେ ଥିବା ସର୍ବପୁରାତନ ଏହି ସ୍କୁଲ ବୁଲି ଦେଖିବା ସହିତ ଏହାର ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ସ୍କୁଲ ର ପ୍ରଧାନଶିକ୍ଷକ ଙ୍କ ଠାରୁ,କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ୧୯୭୬ ମସିହା ଠାରୁ ୧୯୭୯ ପର୍ଯ୍ୟନ୍ତ ଏହି ବିଦ୍ୟାପୀଠ ରେ ପାଠ ପଢି ଏଠାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହି ବିଦ୍ୟାପୀଠର ଗୌରବ ବଢ଼ାଇଥିଲେ,ଜିଲାପାଳ ଶ୍ରୀ ଚୟନି ଏହି ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରି ସ୍କୁଲର ଉନତି
ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି,ଜିଲାପାଳ ଙ୍କ ସହିତ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି,ତହସିଲଦାର ତପନ କୁମାର ଖୁଣ୍ଟିଆ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା,ଜିଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାମଲ,ବିଦ୍ୟାପୀଠ ର ପୂର୍ବତନ
ଛାତ୍ର,ସାମ୍ବାଦିକ ମାନେ ଯୋଗ ଦେଇଥିଲେ।ବିଶ୍ୱନାଥ ବିଦ୍ୟାପୀଠ କୁ କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାରୁ ତାଙ୍କ ସହପାଠୀ ତଥା ଆଠଗଡ ବାସୀ ମାନେ ଖୁସି ଅନୁଭବ କରିଛନ୍ତି
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































