ନରସିଂହପୁରରୁ ବନ୍ଧୁକ ଦେଖାଇ ଲୁଟେରା ସିଏସ୍ପି ସେଣ୍ଟରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ନରସିଂହପୁର(ଉଲାପ୍ର)କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଥିବା SBI ର ଥିବା CSP (କଷ୍ଟମର ସର୍ଭିସ ପଏଣ୍ଟ)ରୁ ବନ୍ଧୁକ ଦେଖାଇ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ମାନେ,ତିନି ଜଣ ଦୁର୍ବୁତ୍ତ ଏକ ବାଇକ ରେ ଆସି ସିଏସ୍ପି ସେଣ୍ଟର ମାଲିକ ମୁଣ୍ଡରେ ବନ୍ଧୁକ ଦେଖାଇଏହି ଟଙ୍କା ଲୁଟି ନେଇଛନ୍ତି, ଘଟଣା ସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପ୍ରଥମେ ତିନିଜଣ ଆସି CSP ସେଣ୍ଟର ମାଲିକ ଙ୍କୁ କେତେ ଟଙ୍କା ଉଠାଣ କରିହେବ ପଚାରିବା ପରେ ସେଣ୍ଟରର ମାଲିକ ଏକୁଟିଆ ବସିଥିବା ଦେଖି ହଠାତ ତାଙ୍କ ମଧ୍ୟରୁ ଜଣେ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ଏବଂ ଆଉ ଦୁଇ ଜଣ କ୍ୟାସ ଡ୍ର ରୁ ଏକ ଲକ୍ଷ ଟଙ୍କା ନେଇ ସେଠାରୁ ଖସି ପଳାଇ ଯାଇଛନ୍ତି,ଲୁଟେରା ମାନେ ମୁହଁରେ ମାସ୍କ ପିନ୍ଧିନଥିବା ବେଳେ ସିସିଟିଭି କ୍ୟାମେରା ରେ ଏହି ଲୁଟ ଘଟଣା କଏଦ ହୋଇଛି,ନରସିଂହପୁର ପୋଲିସ ଲୁଟ ଭିଡିଓ ପାଇବା ପରେ ତନାଘନା ଆରମ୍ଭ କରିଛି,ଲୁଟେରା ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ଖୁବଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































