ପେଟ୍ରୋଲ,ଡିଜେଲ,ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଓଡିଶା ବନ୍ଦ ସଫଳ
ଭୁବନେଶ୍ୱର,ଆଠଗଡ, ତିଗିରିଆ,ଖୁଣ୍ଟୁଣି,ବଡମ୍ବା,ନରସିଂହପୁର(ଉଲାପ୍ର)ରାଜ୍ୟ କଂଗ୍ରେସ ତରଫରୁ ଦିଆ ଯାଇଥିବା ଛଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ରାଜ୍ୟରେ ସଫଳ ହୋଇଛି,କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ଗ୍ୟାସ ଦରଦାମ ଉପରେ ନିୟନ୍ତ୍ରଣ ହରାଇଥିବା ଯୋଗୁ ବାରମ୍ବାର ରାଜ୍ୟରେ ତୈଳଦର ବୃଦ୍ଧି ଘଟୁଛି,ଯାହାକୁ ନେଇ ସାଧାରଣ ଖାଉଟି ଠାରୁ ଆରମ୍ଭକରି ମଧ୍ୟବିତ୍ତ ପର୍ଯ୍ୟନ୍ତ ଵ୍ୟକ୍ତି ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର
ଏହାଉପରେ କୌଣସି ପଦକ୍ଷେପ ଗ୍ରହଣ ନକରି ନିଜନିଜ ମଧ୍ୟରେ ବିଜେପି ଓ ବିଜେଡି କାଦୁଅ ଫୋପଡା ଫୋପାଡ଼ି ହେଉଛନ୍ତି,ଯାହା ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି,ଏଭଳି ପରିପ୍ରେକ୍ଷୀରେ ଓଡିଶା କଂଗ୍ରେସ ଦଳ ନେତା ନିରଂଜନ ପଟ୍ଟନାୟକ ଙ୍କ ଡ଼ାକରାରେ ଦିଆଯାଇଥିବା ଛ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ସାରା ରାଜ୍ୟରେ ପଡିଥିବା ଦେଖା ଯାଇଛି,ଭୁବନେଶ୍ୱର ଠାରେ ନିରଞ୍ଜନ ପଟ୍ଟନାୟକ ଓ ସୁରେଶ ରାଉତରାୟ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ବିଭିନ୍ନ ସ୍ଥାନରେ ଚକା ଜାମ କରିଥିଲେ,ସେହିପରି କଟକରେ ମହମଦ ମୋକିମଙ୍କ ନେତୃତ୍ୱରେ କଟକରେ ଓଡିଶା ବନ୍ଦର ପ୍ରଭାବ ସମ୍ପୂର୍ଣ ବାରି ହୋଇପଡୁଥିଲା,କଟକ ଜିଲ୍ଲା ଆଠଗଡ ରେ ପିସିସି
ସମ୍ପାଦକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥଙ୍କ
ନେତୃତ୍ୱରେ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ କର୍ମୀମାନେ ଏକାଠି ହୋଇ ପୁରୁଣା କଟକ ସମ୍ବଲପୁର ରାସ୍ତାର ଚାନ୍ଦବାଲି ଛକ ଠାରେ ରାସ୍ତା ରୋକ କରିବା ଯୋଗୁ ଗାଡି ଚଳାଚଳ ବନ୍ଦ ରହିଥିଲା,କଂଗ୍ରେସ କର୍ମୀମାନେ କେନ୍ଦ୍ର ବିରୋଧୀ ଓ ରାଜ୍ୟ ବିରୋଧୀ ନାରାମାନ ଦେଇଥିଲେ, କେନ୍ଦ୍ର ସରକାର ତୈଳଦର ବୃଧିକରୁଥିବା ବେଳେ ରାଜ୍ୟ ସରକାର କାହିଁକି ତୈଳଦର ଉପରୁ ଭାଟ ଶୁଳ୍କ ହ୍ରାସ କରୁନାହାଁନ୍ତି ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି,ସେହିପରି ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣି ଠାରେ କିଶୋର ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଚକା ଜାମ କରିଥିଲେ,ତିଗିରିଆ ଓ ନୂଆପାଟଣା ଠାରେ କଂଗ୍ରେସ ନେତା ସରୋଜ ଦାସ,ମେହେବୁବ ଅହମଦ ଖାଁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ଯୋଗୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା,ସେହିପରି ବଡମ୍ବା ଠାରେ ବ୍ଲକ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ଓ ଯୁବ କଂଗ୍ରେସ ନେତା ଚିନ୍ମୟ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ବଡମ୍ବା ବନ୍ଦ କରିଥିବା ବେଳେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନବଜାର,ବ୍ୟାଙ୍କ ,ଅଫିସ ପ୍ରଭୁତି ବନ୍ଦ କରୁଥିବା ଦେଖାଯାଇଥିଲା,ସେହିପରି ନରସିଂହପୁର ଠାରେ ବ୍ଲକ କଂଗ୍ରେସ
ସଭାପତି ଶିଶିର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ନରସିଂହପୁର ବନ୍ଦ କରିଥିଲେ,ମୋଟାମୋଟି ଭାବେ ସାରା ରାଜ୍ୟରେ ଓଡିଶା ବନ୍ଦକୁ ସମର୍ଥନ ଦେଇଛନ୍ତି ସାଧାରଣ ଲୋକ,ବ୍ୟବସାୟୀ ମାନେ,କଂଗ୍ରେସ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଚକଲେଟ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କୁ ସମର୍ଥନ କରିଛି।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































