ଝିରିପାଣି ଗ୍ରାମରେ ମାଓ ପୋଷ୍ଟର :ପୋଲିସ ଇନଫର୍ମର ମାନେ ଶୀଘ୍ର ଆତ୍ମସମର୍ପଣ କରନ୍ତୁ
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି l ଏଥିରେ କୁଆଡେ ଗଣ୍ଡ ସମାଜ ର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ ନିବୃତ ରହିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ନଚେତ ହେମନ୍ତ ଏବଂ ଭବାନୀ ଙ୍କ ଭଳି ଦଶା ଭୋଗିବାକୁ ପଡିବ ଏବଂ ଏଥି ପାଇଁ ରାଜ୍ୟ ସରକାର ଓ ରାଜ୍ୟସରକାର ଙ୍କ ପୁଲିସ ଅଧିକାରୀ ମାନେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି ।ସୂଚନା ଯୋଗ୍ୟ ଯେ ଗତ ଜାନୁଆରୀ 29 ତାରିଖରେ ସଶସ୍ତ୍ର ମାଓବାଦୀ ମାନେ ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚ ଙ୍କ ପୁଅ ସମେତ ଅନ୍ୟ ଜଣଙ୍କୁ ଘରୁ ଟେକି ଆଣି ନିର୍ମମ ଭାବେ ହତ୍ୟା କରିଥିଲେ, ତା ପରେ ପୁଣି ସେହି ଗାଁ ର ଅନ୍ୟ ୨ ଜଣଙ୍କୁ ଅପହରଣ କରିନେବା ପରେ ସେମାନଙ୍କୁ ଚବିଶି ଘଣ୍ଟା ପରେ ଛାଡିଥିଲେ l ଫଳରେ ଗାଁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ଆଜିର ଏହି ପୋଷ୍ଟର ପୁଣି ଲୋକଙ୍କ ନିଦ ହଜାଇବା ସହ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































