ରାଉରକେଲା ରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ
ସୁନ୍ଦରଗଡ(ଉଲାପ୍ର) ସୁନ୍ଦରଗଡ ଜିଲା ରାଉରକେଲା ଠାରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୨୦୨୩ ହକି ବିଶ୍ୱକପ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିବା ସହିତ ସୁନ୍ଦରଗଡ ଜିଲାରେ ଜିଲାର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି,ଏହି ଅବସରରେ ପାନୀୟଜଳ ପାଇଁ ୧୬୧୧ କୋଟି,ଜଳସେଚନ ପାଇଁ ୩୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ୧୧୧ କୋଟି,ରାସ୍ତାଘାଟର ବିକାଶ ପାଇଁ ୧୦୬୦ କୋଟି,ଶିକ୍ଷାପାଇଁ ୩୬୬ କୋଟି,ପରିମଳ ପାଇଁ ୨୫୦ କୋଟି,ଜୀବିକା ବିକାଶ ପାଇଁ ୨୧୬
କୋଟି,ରାଉରକେଲା ସ୍ମାର୍ଟ ସିଟି ପାଇଁ ୪୭୧ କୋଟି,ବିଦୂତ ଯୋଗାଣ ପାଇଁ ୩୮ କୋଟି,ଭିତ୍ତିଭୂମି ଉନୟନ ପାଇଁ ୬୭ କୋଟି,ମହିଳା ଶିଶୁ ବିକାଶ ପାଇଁ ୧୩୫ କୋଟି,ପରିବେଶ ସୁରକ୍ଷା ପାଇଁ ୧୨ କୋଟି,ଦକ୍ଷତା ବିକାଶ ପାଇଁ ୧୫ କୋଟି,କ୍ରୀଡ଼ାପାଇଁ୧୨୦ କୋଟି ଟଙ୍କା ଏପରିକି ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି,ଏହି ଅବସରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି,କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା,ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ ଦାତା ତଥା ଫାଇବ ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସହିତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ,ପ୍ରାରମ୍ଭରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ,ଧନ୍ୟବାଦ ପ୍ରଦାନ କରିଥିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ହକି ଖେଳାଳୀ ଦିଲୀପ ତିର୍କୀ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































