ଏକ ସପ୍ତାହ ପରେ ନିଖୋଜ ଯୁବକଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କଲା
ବାଲିଗୁଡା,(ଉଲାପ୍ର): ଏକ ସପ୍ତାହ ପରେ ନିଖୋଜ ହୋଇଥିବା ଯୁବକ ପରମେଶ୍ୱର ଧାରୁଆଙ୍କ ମୃତଦେହ ଏକ ଗଛ ରେ ଝୁଲନ୍ତା ଅବସ୍ଥାରେ ବାଲିଗୁଡା ପୋଲିସ ଉଦ୍ଧାର କରି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସଂଗେ ସଂଗେ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି l ପ୍ରକାଶ ଯେ, ଗତ ୯ ତାରିଖ ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଥିଲେ | ପରିବାର ଲୋକେ ସାହି ପଡିଶାଓ ନିକଟସ୍ଥ ଗାଁରେ ବହୁ ଖୋଜାଖୋଜି ପରେ ବି ସନ୍ଧାନ ମିଳିନଥିଲା lଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l ହେଲେ ଆଜି ପାହାଡ ରେ ମୃତ ଦେହ ଝୁଲୁ ଥିବାର ଖବର ମିଳିଥିଲା l ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁ ଥିବାବେଳେ ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































