ଆଠଗଡରେ ବିଜେପି ଚାଷୀ ମେଳି,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲେ ଆଠଗଡ, ବଡମ୍ବା,ବାଙ୍କିର ଚାଷୀ
ଆଠଗଡ(buro news)ରାଜ୍ୟ ସମବାୟ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ବାଚନ ମଣ୍ଡଳୀରେ ବିରାଟ ବିଜେପି ଚାସିମେଳି ଅନୁଷ୍ଠିତ ହୋଇଯାଇଛି, ଆଠଗଡ଼ ଉପଖଣ୍ଡରେ ଧାନମଣ୍ଡିରେ ଧାନର ଅଭାବୀ ବିକ୍ରୀ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ସମବାୟ ଦୁର୍ନୀତି କୁ ନେଇ ଆଠଗଡ ତିଗିରିଆ, ବଡମ୍ବା ,ବାଙ୍କୀ ବିଜେପି କୃଷକ ମୋର୍ଚା ପକ୍ଷରୁ ଆଠଗଡ ବିଜେପି ବିଧାୟକ ପାର୍ଥୀ ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଆଠଗଡ଼ ସହର ପରିକ୍ରମା କରିବା ସହିତ ଯୋଗାଣ ମନ୍ତ୍ରୀ ଙ୍କ ବିରୁଦ୍ଧରେ ନାରାବାଜି କରି ଆସି ଆଠଗଡ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ତେବେ ଯୋଗାଣ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଚାଷୀ ମାନଙ୍କୁ ଶୋଷଣ କରାଯିବା ସହ ଧାନମଣ୍ଡି ରେ ଅବ୍ୟବସ୍ଥା ଓ ସମବାୟ ବ୍ଯାଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଟଙ୍କା ହଡପ କରିବା ଓ ସମବାୟ ଦୁର୍ନୀତିରେ ଆଠଗଡ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ , ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଆଠଗଡ଼ ବିଜେପି ପକ୍ଷରୁ ବାରମ୍ବାର ଆଠଗଡ଼ ଉପଖଣ୍ଡ ପ୍ରଶାସନକୁ ଅବଗତ କରାଯାଇଥିଲା।କିନ୍ତୁ ପ୍ରଶାସନ ବିଜେପି କୃଷକ ମୋର୍ଚାର ଅଭିଯୋଗ କୁ କର୍ଣପାତ କରିନଥିଲେ ।ଫଳରେ ଏନେଇ ଆଠଗଡ ଉପଖଣ୍ଡର ଶତାଧିକ ଚାଷୀ ମାନଂକ ସହ ଆଠଗଡ଼ ବଡ଼ମ୍ବା ଓ ବାଙ୍କୀ ର ବିଜେପି ନେତାମାନେ ରାଜ ରାସ୍ତାରେ ବିକ୍ଷୋଭ କରିବା ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ୩ଘଣ୍ଟା ଧରି ଘେରାଉ କରି ରଖିଥିଲେ, ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୩ ଜଣ
ଅଫିସର ଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଙ୍କୁ ମୂର୍ତୟନ କରାଯାଇଥିଲା।ଅନ୍ୟପଟେ ଏହି ବିକ୍ଷୋଭ ପ୍ରଦର୍ଶନ ରେ ବଡମ୍ବା ବିଜେପି ବିଧାୟକ ପାର୍ଥୀ ବିଜୟ କୁମାଧ ଦଳ ବେହେରା ,ବାଙ୍କୀ ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ,ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ ,ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ରାଜ୍ୟ ବିଜେପି କୃଷକ ମୋର୍ଚାର ସଂପାଦକ ସୁରଥ ବିଶ୍ବାଳ ,ରାଷ୍ଟ୍ରିୟ କୃଷକ ମୋର୍ଚାର ଉପସଭାପତି ମହେଶ୍ବର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ,ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ଦାବିପତ୍ର ଆଠଗଡ ଉପଜିଲାପାଳ ଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଉପଜିଲାପାଳ ଏକ କୋର୍ଟ କାମରେ କଟକ ଚାଲିଯାଇଥିବା ଯୋଗୁ ଅତିରିକ୍ତ ଉପଜିଲାପାଳ ପ୍ରିୟବ୍ରତ ଦାସଙ୍କୁ କୃଷକ ମୋର୍ଚ୍ଚା ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































