କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା
ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି ।
ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ଭାରତ ବନ୍ଦକୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦକୁ ସଫଳ କରିବାକୁ ଟିକସ ପେସାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନୀ ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ନିକଟରେ ଆମେ ପହଂଚିବୁ ।
ଅନ୍ୟପଟେ ଏହି ବନ୍ଦ ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ଅନଲାଇନ ବିକ୍ରେତା ଓ ଅର୍ଥନୀତି ସହ ଜଡିତ ସମସ୍ତ ସଂଗଠନ ଗୁଡିକୁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।
କହିରଖୁ କି ଚାଷୀ ଆନ୍ଦୋଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । ଗତ କାଲି କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ । ଏହା ପରେ ପୁଣି ୨୬ ରେ ବ୍ୟବସାୟିକ ସଂଗଠନ ମାନଙ୍କ ବନ୍ଦ ଡକାରା ଦେଶର ଜନସାଧାରଣଙ୍କ ଉପରେ କୁ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































