ଢେଙ୍କାନାଳ ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ
ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲା ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲାର କଣ୍ଟାବଣିଆ ସ୍ଥିତ ଏହି ଓପିଟିସିଏଳ ପାୱାର ଗ୍ରୀଡ଼ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ରବିବାର ସକାଳ ପ୍ରାୟ ସାଢ଼େ ୭ ଟା ସମୟରୁ ଏହି ନିଆଁ ଲାଗିଛି । ନିଆଁ ଅତି ଭୟଙ୍କର ହୋଇ ଉଠୁଛି । ଅଗ୍ନିକାଣ୍ଡର ସଠିକ କାରଣ କଣ ଜଣା ପଡି ନଥିଲେ ମଧ୍ୟ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛି । ତେବେ ନିଆଁକୁ ଆୟତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳ ବାହିନୀ ସହ ବଅଁରପାଳ, ହିନ୍ଦୋଳରୋଡ଼, ଅନୁଗୁଳ, ଖଜୁରିଆକଟା ଆଦିର ଅନ୍ୟୁନ ୧୦ରୁ ଉର୍ଦ୍ଧ ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଂଚି ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ନିଆଁରେ ପାୱାର ଗ୍ରୀଡ଼ ଟ୍ରାନ୍ସଫରମର ଗୁଡିକ ଜଳି ସେଗୁଡିକର ଅଏଲ ଯୋଗୁଁ ଏହି ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି । ଫଳରେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷତି ହେବାର ସମ୍ଭାବନା ରହିଛି ।
Report by- Jyoti Sankar Nayak
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































