ବଡମ୍ବାରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ,ଥାନାରେ ମାମଲା ରୁଜୁ,ଅଭିଯୁକ୍ତ ଥାନାରେ ଅଟକ
ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବାରେ ଚାଂଚଲ୍ୟକର ଘଟଣା ସାମାନ୍ନାକୁ ଆସିଛି,ପଡ଼ିଶା ଘରର ସମ୍ପର୍କୀୟ ମାମୁଁ କରିଛନ୍ତି ଦୁଷ୍କର୍ମ ଘଟଣା,ରାଜ୍ୟରେ ଗଣ ଦୁଷ୍କର୍ମ ଘଟଣା ଦିନକୁଦିନ ବଢୁଥିବା ବେଳେ ଏବେ ଯୋଡ଼ି ହୋଇଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗମେଇ ଗ୍ରାମ,ଯୋଉ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ମହିଳାଙ୍କ ଭାଉଜ, ୨୨ ତାରିଖ ଦିନ ଦିବ୍ୟାଙ୍ଗ ମହିଳା ଘରେ ଏକା
ଥିବା ସମୟରେ ସମ୍ପର୍କୀୟ ମାମୁ ଗମେଇ ଗ୍ରାମର ଲୋଚନ ବେହେରା ଏକୁଟିଆ ସୁଯୋଗ ନେଇ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଦିବ୍ୟାଙ୍ଗ ମହିଳା ଜଣକ ଭାଉଜଙ୍କୁ କଥା ଠାରରେ କହିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ଭାଉଜ,ଏ ସମ୍ପର୍କରେ ଆଜି ମହିଳାଙ୍କ ଭାଉଜ ବଡମ୍ବା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନାରେ କେସ ନମ୍ବର ୩୮/୨୦୨୧ ରେ ଦଫା ୪୪୮,୩୭୬ ୨ଏମ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି,ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ଲୋଚନକୁ ବଡମ୍ବା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ବଡମ୍ବା ମେଡିକାଲ ପଠାଇଛନ୍ତି,ଘଟଣାଟି ବଡମ୍ବା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































