ଆଠଗଡ ରେ ପୁଣି ଏସଟିଏଫର ଚଢ଼ାଉ,ଚେରେଇପାଟଣା ଗାଁରୁ ଜବତ କଲା ଦୁଇକେଜି ଗଞ୍ଜେଇ, ଡ୍ରାଇଭର ଗିରଫ,କାର ଜବତ,ମୁଖ୍ୟ ଆସାମୀ ଘରୁ ଫେରାର
 
                                ଆଠଗଡ(ଉଲାପ୍ର)କଟକ ଜିଲ୍ଲା ଆଠଗଡ଼ ଏବେ ଏସଟିଏଫ ସ୍କାନରରେ। ଗତ ୨୧ ତାରିଖରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ବିରକିଶୋରପୁର ରାସ୍ତାକଡ଼ରୁ ହୋଟେଲ ପାରିଜାତରୁ ୧୭୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ଏସଟିଏଫ ଟିମ,ଯାହାର ଆନୁମାନିକ ମୂଲ୍ୟ ସାତଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଥିଲା,ଆଉ ଆଜି ଆଠଗଡ ଥାନା ଅନ୍ତର୍ଗତ
ସମସରପୁର ପଞ୍ଚାୟତ ଚେରେଇପାଟଣା ଗ୍ରାମର ଗଞ୍ଜେଇ ମାଫିଆ ଅକ୍ଷୟ ପଣ୍ଡାଙ୍କ ଘରେ ଚଢାଉ କରିଥିଲା ଏସଟିଏଫ ଟିମ,ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଆଡିସନାଲ ଏସିପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଇନସ୍ପେକଟର ସରିତା ବେହୁରିଆ ,ଏସ୍ଆଇ ଅକ୍ଷୟ କୁମାର ପରିଡା ,ଏସାଇ ତୃପ୍ତି ରଞ୍ଜନ ଦାସଙ୍କ ସମେତ ୧୦ ଜଣିଆଟିମ ଚଢାଉ କରିଥିଲେ,ଚଢାଉ ସମୟରେ ଗଞ୍ଜେଇ ମାଫିଆ ଅକ୍ଷୟ ପଣ୍ଡା ଏସଟିଏଫକୁ ଚକମା ଦେଖାଇ
ଫେରାର ହୋଇଯାଇଥିବା ବେଳେ ଘରୁ ୨କେଜି ଗଞ୍ଜେଇ ସମେତ ଡ୍ରାଇଭର ଲକ୍ଷ୍ମୀଧର ସାହୁ ଏବଂ ଗଞ୍ଜେଇ ଚୋରାଚାଲଣ ରେ ବ୍ୟବହୃତ ସୁଜିକି ସିଆଜ ଗାଡିକୁ ଜବତ କରି ଆଠଗଡ ଥାନାରେ ରଖାଯାଇଛି ।ତେବେ ଦୀର୍ଘଦିନ ଧରି ଅକ୍ଷୟ ପଣ୍ଡା ଗଞ୍ଜେଇ ଚୋରାଚାଲଣ କରୁଥିବାର ଖବର ପାଇ ଆଜି ଏସଟିଏଫ ଟିମ ଚଢାଉ କରିଥିଲେ ମଧ୍ୟ ପ୍ରାୟ ଚାରି କୁଇଣ୍ଟାଲ ଗଞ୍ଜେଇ କୁ ଖସେଇ ଦେବାରେ ସଫଳ ହୋଇଛି ଗଞ୍ଜେଇ ମାଫିଆ ବୋଲି ଏସଟିଏଫ ଟିମ ପ୍ରକାଶ କରିଛି,ଆଠଗଡ ଥାନାରେ ସମସ୍ତ କାଗଜପତ୍ର ପରେ ଏସଟିଏଫ ଟିମ ଆସାମୀ କୁ ଆଠଗଡ ପୋଲିସ ଜିମା ଦେଇଛନ୍ତି, ଆସନ୍ତାକାଲି ଆସାମୀକୁ କୋର୍ଟ ଚାଲାଣ କରାଯିବ।
 
         
             Odia
 Odia 















































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































