ଭିଜିଲାନ୍ସ ଜାଲରେ ଧରାପଡିଲେ ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ନିଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଢେ଼ଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏକ ଯୈାତୁକ ଜନିତ ମାମଲାରେ ଅଭିଯୋଗକାରୀ ଅଇଁଠା ସେଠୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି। ଏକ ଯୈାତୁକ ଜନିତ ମାମଲାରେ ୩୦୭ ଦଫା ହଟାଇବାକୁ ଆଇଆଇସି ୨୦ ହଜାର ଟଙ୍କା ଦାବୀ କରିଥିଲେ। ତେବେ ଆଜି ଅଭିଯୋଗ କାରୀ ଆଇଆଇସିଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ମାଧ୍ୟମରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଏ ଘଟଣାରେ ଆଇଆଇସି ଚିତ୍ତରଞ୍ଜନ ବେହେରା, ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ମଧ୍ୟସ୍ଥ ଲକ୍ଷ୍ମଣ ସେଠୀଙ୍କୁ ଗିରଫ କରିଛି।
ଢେଙ୍କାନାଳ ରୁ ଜ୍ୟୋତିଶଙ୍କର ନାୟକଙ୍କ ରିପୋର୍ଟ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































