ପଶ୍ଚିମାଞ୍ଚଳରୁ ଭୁବନେଶ୍ୱର କୃଷକ ରାଲି,କଟକ କଲେଜ ଛକରେ ରାସ୍ତାଜାମ
କଟକ(ଉଲାପ୍ର)କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିନେଇ ପଶ୍ଚିମାଞ୍ଚଳରୁ ଚାଷୀ ବାହାରିଛନ୍ତି ରାଜଧାନୀ ଭୁବନେଶ୍ୱରକୁ,ଆଜି ଶହଶହ ସଙ୍ଖ୍ୟାରେ ଚାଷୀ ମଟର ସାଇକେଲ ରାଲିକରି ଢେଙ୍କାନାଳ ଦେଇ ଆଠଗଡ ରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଚାଷୀମାନେ ଏହି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ,ଏହା ପରେ ମଟରସାଇକେଲ ରାଲି ଧବଳେଶ୍ବର ଦେଇ ସନ୍ଧ୍ୟାରେ କଟକର ଐତିହାସିକ କଲେଜ ଛକରେ ଏକ ବିରାଟ ଚାଷୀମେଳି ଅନୁଷ୍ଠିତ ହୋଇଯାଇଛି,ପ୍ରାୟ
ଦୁଇଘଣ୍ଟା ଧରି ଚାଷୀମାନେ କଲେଜ ଛକରେ ବସିରହି କେନ୍ଦ୍ର ବିରୋଧୀ ନାରା ଦେବା ସହିତ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଈଁ ଦାବି କରିଥିଲେ,ରାସ୍ତା ଜାମ ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ,ଆସନ୍ତାକାଲି ଚାଷୀମାନେ ଭୁବନେଶ୍ୱର ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































