ବରଗଡ଼ ରେ କଣ୍ଟ୍ରାକ୍ଟର ଆସୋସିଏସନ ର ବୈଠକ ଅନୁଷ୍ଠିତ
ବରଗଡ ଜିଲ୍ଲା କଂଣ୍ଟାକ୍ଟର ଏସୋସିଏସନ ର ବରିଷ୍ଠ ତଥା ମୂଳଦୁଆ ସଦସ୍ୟ ମାନଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା । ଏସୋସିଏସନ ର କାର୍ଯକଳାପ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଶୂଙ୍ଖଳା ଉପରେ ସମସ୍ତେ ଜୋର ଦେଇଥିଲେ ।ବିଶୃଙ୍ଖଳିତ ଆଚରଣ ପାଇଁ ସୁନୀଲ କୁମାର ମହାପାତ୍ର (ମୁନା) ଏବଂ ତୋଷବନ୍ତ ଦାଶ ଙ୍କୁ ଏସୋସିଏସନ ର ପ୍ରାଥମିକ ସଦସ୍ୟ ପଦ ରୁ ବହିଷ୍କୃତ କରାଗଲା । ଆସନ୍ତା ମାର୍ଚ 14 ରବିବାର ଦିନ ସାଧାରଣ ପରିଷଦ ର ବୈଠକ ଦିନ 11 ଘନ୍ଟା ସମୟ ରେ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ କର୍ମକର୍ତ୍ତା ନିର୍ବାଚନ ହେବ । ସେ ସମୟ ପର୍ଯ୍ୟନ୍ତ ଏସୋସିଏସନ ର ନିତି ଦିନିଆ କାର୍ଯ୍ୟକ୍ରମ ସଂପାଦନ ପାଇଁ ପୂର୍ବତନ ସଂପାଦକ ସୁବାଷ ବାରିକ ଙ୍କୁ ଦାୟିତ୍ବ ଦିଆଗଲା ।
ଏହି ସଭା ରେ ରାଜକୁମାର ବିଶି କୃଷ୍ଣ ଚନ୍ଦ୍ର ଦାଶ ପ୍ରଭାତ ଆଦିତ୍ଯ ମିଶ୍ର ମାନଭଂଜନ କର ମୁକୁନ୍ଦ ରଥ ଲକ୍ଷ୍ମୀ ରଥ ବିରଞ୍ଚି ଦାସ ଆଦିତ୍ଯ ମିଶ୍ର ଦେବେନ୍ଦ୍ର ପାଣିଗ୍ରାହୀ ସୁଧାନ୍ଶୁ ଗଡତିଆ ଗୌତମ ମିତ୍ର ରାଧେଶ୍ଯାମ ନାୟକ ତିର୍ନାଥ ଦୋରା ରମେଶ ସାହୁ ଗିରିଧାରୀ ଦାଶ ଦିଲିପ ଦାଶ ସୁବାଷ ବାରିକ ବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନିଜସ୍ୱ ମତାମତ ଦେଇଥିଲେ । ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମସ୍ତେ ଦାବି ରଖିଥିଲେ ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































