ପ୍ରବାଦ ପୁରୁଷ ବିଜୁବାବୁଙ୍କ ମୂର୍ତ୍ତି ତଳେ ଲାଗିଲା ସିଡ଼ି
ଆଠଗଡ(ଉଲାପ୍ର)ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦୁଇ ଦୁଇଟି ମୂର୍ତି ନିର୍ମାଣ କରି ବିଜେଡି ଓ ଆଠଗଡ ଏନଏସି ତାର କାର୍ଯ୍ୟ ସାରି ଦେଇଥିଲା,ହେଲେ ଭୁଲି ଯାଇଥିଲା ଏତେ ବଡ଼ ସାତଫୁଟିଆ ମୂର୍ତିରେ କେମିତି ଫୁଲ ମାଳ ପଡିବ ବୋଲି,ଯୋଉମାନେ ବି ଫୁଲମାଳ ପକାଉଥିଲେ ବିଜୁବାବୁଙ୍କ ମୁର୍ତିରେ ବାଉଁଶ ଅଗରେ ଫୁଲମାଳ ଦେଇ ଆଠଗଡ ରେ ଏମିତି ବିଜୁବାବୁଙ୍କୁ ସମ୍ମାନ
କରାଯାଇଥାଏ,ଆଠଗଡ ର ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ଚାନେଲ ଏହି ଘଟଣାକୁ ବାରମ୍ବାର ପ୍ରକାଶ କରିବା ସହିତ ତୁରନ୍ତ ଆଠଗଡ ଏନଏସି ସିଡ଼ି ନିର୍ମାଣ କରିବାକୁ ଦାବି କରି ଆସୁଥିଲା,ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପୂର୍ବରୁ ଆଠଗଡ ଆଇନ ମହାବିଦ୍ୟାଳୟ ପଛପଟେ ରହିଥିବା ସ୍ମୃତିପୀଠ ଠାରେ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏନଏସି ସିଡ଼ି ଲଗାଇ ଦେଇଛି,କାହିଁକି ନା ଆଠଗଡ ର ଭାଗ୍ୟବିଧାତା ବିଧାୟକ ଆସନ୍ତାକାଲି ବିଜୁବାବୁଙ୍କ ଜୟନ୍ତୀରେ ଏହି ସିଡିରେ ଚଢି ଫୁଲମାଳ ପକାଇବେ ବୋଲି ଖବର ମିଳୁଛି।ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ର ଦୀର୍ଘଦିନ ର ଦାବି ପୂରଣ ହୋଇଛି ଏବଂ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତିରେ ଯିଏ ବି ଆସୁ ସିଡିରେ ଚଢି ଫୁଲମାଳ ପକାଇପାରିବ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































