ଭିଡିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର ଉଦଘାଟିତ
ବରଗଡ଼:- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ ଏ ସି ଠାରେ ଏକ ମୋ ସେବା କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ସେବା କେନ୍ଦ୍ର ମାଧ୍ୟମରେ ଓଡ଼ିଶାର ଜନସାଧାରଣ ସହଜରେ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଥିଲେ। ଉଦଘାଟନୀ ଉତ୍ସବ ପରେ ଏହି କେନ୍ଦ୍ର ରେ ପ୍ରଥମେ ଇଲେକ୍ଟ୍ରି ବିଲ ପାଠ କରିଥିବା ଜେନାମଣି ଗେଜୋଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା କେନ୍ଦ୍ର ର ସୁବିଧା ବିଷୟରେ ବାର୍ତ୍ତାଳାପ କରିଥିଲେ। ଉଦଘାଟନ ସ୍ଥଳୀ ରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଓ ସମସ୍ତ ପ୍ରସାଶନିକ ଅଧିକାରୀ ଉପସ୍ଥିତ ଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































