କୋଭିଡ଼ ଗାଇଡଲାଇନ ପ୍ରକାରେ ମହା ଶିବରାତ୍ରି ପାଳନ କରିବାକୁ ପ୍ରଶାସନର ନିର୍ଦ୍ଦେଶ
ଫୁଲବାଣୀ-(ଉଲାପ୍ର)- ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖରେ ହେବାକୁଥିବା ମହାଶିବରାତ୍ରି ଓ ଜାଗର ଯାତ୍ରା ପାଳନ ଉପରେ ଜିଲ୍ଲା ପ୍ରଶାସନକଟକଣା ଜାରୀ କରିଛି । ଫଳରେ ଭକ୍ତ ନିରାଶ ହୋଇଛନ୍ତି।ଶୀବରାତ୍ର ଓ ଜ। ଗର ଯାତ୍ରାରେ ଭକ୍ତଙ୍କ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବା
ଓ ଜନ ଗହଳୀ ପୂର୍ଣ୍ଣ ସ୍ଥାନମାନଙ୍କରେ କୋରନା ସଂକ୍ରମଣର ଯଥେଷ୍ଟ ଆଶଙ୍କା ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ଆଦେଶନାମା ୧୦୨୦/୨୭ /୦୨/୨୧ପ୍ରକାରେ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ମହାଶିବରାତ୍ର ଓ ଜାଗର ଯାତ୍ରାରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଶୈବପିଠମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ହେଉଥିବାରୁ ସେ ସବୁ ସ୍ଥାନମାନଙ୍କରେ କୋରନା ସଂକ୍ରମଣ ଆଶଙ୍କା କରି ଜନଗହଳୀ କୁ ନିୟନ୍ତ୍ରଣ କରିବା ଦିଗରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ଭଜନ ,କିର୍ତ୍ତନ ଓ ନାମ ସଂକିର୍ତ୍ତନକୁ ସଂପୂର୍ଣ୍ଣ ରୁପେ ବାରଣ କରାଯାଇଛି। ତେବେ ମନ୍ଦିର ଖୋଲା ରହିବ।
ଶ୍ରଦ୍ଧାଳୁ ମାନେ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରି ପାରି 6ବ । ତେବେ ମାସ୍କପିନ୍ଧିବା, ସାନିଟା ଇଜ କରିବା, ସହିତ ସାମାଜିକ ଦୂରତାରକ୍ଷାକରିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏହାର ତଦାରଖ ପାଇଁ ସମସ୍ତ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ଦାୟିତ୍ଵ ଦିଆଯାଇଛି । ଆଇନ ଉଲଂଘନକଲେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବେ ସଂପୃକ୍ତ ଅଞ୍ଚଳର ତହସିଲଦାର ଓ ଥାନା ଅଧିକାରୀ।ଏଣୁ ଜିଲ୍ଲାବାସୀ କୋ ଭିଡ଼ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଛି
ପ୍ରଶାସନ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































