ଖଜୁରୀପଡା ରେ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯା ପିତ
ଫୁଲ ବାଣୀ-(ଉଲାପ୍ର) କନ୍ଧମାଳ ଜିଲା ଖଜୁରୀପଡ଼ାସ୍ଥିତ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣ । ମେଣ୍ଟ ଉଦଯାପିତ ହୋଇଯାଇଛି।
ମଙ୍ଗଳବାର ଅନୁଷ୍ଠିତ ଫାଇ ନାଲ ମ୍ୟାଚରେ ଭୁବନେଶ୍ଵରର ଜଗା ୟୁନାଇଟେଡ଼ କ୍ଳବ ଚମ୍ପିୟାନ ହୋଇଛି । ଫ।ଇନାଲ ମ୍ୟାଚରେ ଦଳ ଜେଡି କ୍ଲବକୁ ଭେଟିଥିଲା, ‘Iଜଗା ୟୁନାଇଟେଡ ୧-୦ ଗୋଲରେ ବିଜୟୀ ହୋଇଥିଲା।
ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବରୀଷ୍ଠ ଓଏଏସ ଅଫିସର,ଫୁଟ ବଲ ପ୍ରେମୀ ବିଶ୍ବ ରଞ୍ଜନ ନାୟକ
ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଓଡ଼ିଶା ଫୁଟବଲ ଏସୋସିଏସନର ଉପସଭାପତି ତଥା ଫୁଟବଲ ଖେଳାଳୀ ହୃଦୟରଂଜନ ବେହେରା , ଖଜୁରୀପଡ଼ା ବିଡିଓ ରବୀନ୍ଦ୍ରନାଥ କହଁର, ବିଇ ଓ ‘ଜଗନ୍ନାଥ ସାହାଣୀ,ଜିଲାସର ପଞ୍ଚ ସଂଘ ସଭାପତି ବଳଦେବ କହଁର,ସମିତି ସଭ୍ୟ ସରୋଜ ସାହାଣୀ, ପ୍ରମୁଖ ଯୋଗଦେଇ
ଖଜୁରୀପଡ଼ା ଭଳି ଛୋଟ ସ୍ଥାନରେ ଜାତୀୟ ଫୁଟବଲ ଟୁର୍ଣ୍ଣ । ମେଣ୍ଟ ସୁଚାରୁରୂପେ ଆୟୋଜନ କରିଥିବାରୁ ଆୟୋଜକ ମା .ସୁରା ଦେଇ ଫୁଟବଲ ସଂଘର ସଭାପତି ତଥା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ,କର୍ମକର୍ତ୍ତ। ଓ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି କ୍ରୀଡା ଦ୍ଵାରା ଶରୀର ଓ ମନ ସୁସ୍ଥ ରହିବା ସହ ଅଞ୍ଚଳରେ ପରସ୍ପର ମଧ୍ୟରେ ସଦଦ୍ଭାବ ଓ ଭାତୃତ୍ଵ ଭାବ ବୃଦ୍ଧି ପାଇବ ବୋଲି ମୁଖ୍ୟଅତିଥି ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନା ଏକ କହିଥିଲେ । ଆଜିର ଇଣ୍ଟରନେଟ ଯୁଗରେ ଯୁବପିଢି ଅବସର ସମୟରେମୋବାଇଲ ପ୍ରତିମନବଳାଉଛନ୍ତି କ୍ରୀଡ଼ା ପ୍ରତିଦିନ କୁ ଦିନ ଆଗ୍ରହ ପ୍ରକାଶ କମିଯାଉଥିବା ଦେଖାଯାଉଥିବା କହିଥିଲେ।
ଏ ଭଳି ବିଭିନ୍ନ ପ୍ରକାର କ୍ରୀଡାର ଆୟୋଜନ ହେଲେ କ୍ରୀଡ଼ା ପ୍ରତି ସେମାନଙ୍କର ମନ ବଳାଇବ ବୋଲି କହିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀନୀ ଏକ ଚମ୍ପିଅନ ଦଳ କୁ ସ୍ଵତନ୍ତ୍ର ଟ୍ରଫି ସହ ନଗଦ ପୁରସ୍କାର ଓ ରନର୍ସ ଦଳ କୁ ଟ୍ରଫି ସହ ନଗଦ ଅର୍ଥ ପ୍ରଦାନ କରିଥିଲେ।
ସେହିପରି ଏହି ଅବସରରେ ଅଞ୍ଚଳର କେତେକ ଭେଟେରାନଫୁଟବଲ ଖେଳାଳୀ, ରେଫରୀ, କ୍ଲ୍ବବର କେତେକ କର୍ମକର୍ତାଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରିଥିଲେ ।
ଫୁଟବଲ ଖେଳ ଦେଖିବା ପାଇଁ ଫୁଟବଲ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































