ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଫୁଲବାଣୀ- (ସୁନୀଲ ପଟନାୟକ) ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇମୂଲ୍ୟବାନ ଜଙ୍ଗଲ ନଷ୍ଟ କରିବା ସହ ଜଙ୍ଗଲରେ ବସବାସ କରୁଥିବା ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ସହ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ଲାଗି କନ୍ଧମାଳ ଜିଲ୍ଲାପାଳ ଡା , ବୃନ୍ଦ । ଡି ଜଙ୍ଗଲ ବିଭାଗ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
। ସେହିପରି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ନେଇ ଜିଲ୍ଲାପାଳ କ୍ଷୋଭ ପ୍ରକାଶମଧ୍ୟ କରିଛନ୍ତି। ଏଥିପାଇଁ ବନ ବିଭାଗ ସମେତ ସମାଜସେବୀ ସ୍ଥାନୀୟ ଜନସାଧାରଣ. ଜନପ୍ରତିନିଧ୍ଵ, ପରିବେଶବିତ ସମସ୍ତେ ମିଳିତ ଉଦ୍ୟମ କରି ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳବୃନ୍ଦାଡି ପରାମର୍ଶ ଦେଇଛନ୍ତି। ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡ ଅଧିକାରି ପ୍ରଚାରପତ୍ରରେ କଣ୍ଟ୍ରୋଲ ରୁମ ଫୋନ ନମ୍ବର ଦେବାକୁ କହିଥିଲେ। ଫଳରେ ନିଆଁ ଲାଗିବା ମାତ୍ରେ ବିଭାଗକୁ ସୁଚନା ମିଳିପାରିବ ଓ ତତକ୍ଷଣାତ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିପାରିବେ ବୋଲି ସେ କହିଥିଲେ।
ମଙ୍ଗଳବାର କନ୍ଧମାଳଜିଲ୍ଲାପାଳ ଡ଼ାବୃନ୍ଦ । ଡିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଗ୍ରୀ ଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାରେ ପାନୀୟ ଜଳର ସଙ୍କଟ ଯେପରି ନ ହେବ ସେଥିପ୍ରତି ଦୃଷ୍ଟିଦେବା ସହ ଏବଠାରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହର ଓ ଗ୍ରାମରେ ଥିବା ନଳକୁ ପ ଗୁଡିକର ମରାମତି କରି ସଚଳ କରିବାଲାଗି ପରାମର୍ଶ ଦେଇଥିଲେ।
ଏହି ବୈଠକରେ ପ୍ରକ ଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନାଏକ କିଛି ଗ୍ରାମକୁ ନେଇ ଏକ କ୍କଷ୍ଟର ପଏଣ୍ଟ କରି ସେଠାରେ ଆବଶ୍ୟକ ମରାମତି ପାଇଁ ଯନ୍ତ୍ରପାତୀ ମହଯୁଦ ରଖିବା ସହ ମେକାନିକ ରହିଲେ ମରାମତି କାର୍ଯ୍ୟ ଅଧିକ ତ୍ବର।ନ୍ଵିତ ହୋଇପାରିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଇଂସନ୍ତୋଷ କୁମାର କର . ଜିଲ୍ଲାର ସମସ୍ତବିଡିଓ ତହସିଲଦ।ର, ଫୁଲ ବାଣୀଜଙ୍ଗଲ ବିଭାଗ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା, ବାଲିଗୁଡ଼ । ଡିଏଫଓ ବିଶ୍ଵନାଥନ ନିଳାମ୍ବରମ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































