ବରଗଡ଼ ସା°ସଦ ଙ୍କ ଜନଶୁଣାଣୀ
।
ବରଗଡ(ଉଲାପ୍ର)ବରଗଡ଼ ସା°ସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ। ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳ ଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ରେ ଉକ୍ତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଓ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଜନଶୁଣାଣୀ ଶିବିରରେ ତାଙ୍କ ପ୍ରତିନିଧି ସୁରେଶ୍ଵର ଶତପଥୀ ସହ ବହୁ କର୍ମୀ ଉପସ୍ଥିତ ଥିଲେ। ସା°ସଦଙ ଏପରି ପ୍ରୟାସ କୁ ଜନସାଧାରଣ ପ୍ରଶ°ସା କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































