କନ୍ଧ ମାଳରେ ପୃଥକ ପୃଥକ ଦୁର୍ଘଟଣା ରେ ୨ ଗୁରୁତର
.ଫୁଲବାଣୀ,(ଉଲାପ୍ର) ଶୁକ୍ରବାର କନ୍ଧମାଳ ଜିଲ। ର କଳିଙ୍ଗା ଘାଟି ଓ ଖଜୁରୀପଡ଼ାଠାରେ ପୃଥକ ପୃଥକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଏକଶୋରିଷ ତେଲ ବୋଝେଇ ଟ୍ରକ କଳିଙ୍ଗା ଘାଟି ଗଡୁଥିବାବେଳେ ବୁଲାଣୀରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହେଲ ପର ଗୁରୁତର ଆହତ ହୋଇଥିଲା। ଦୁର୍ଘଟଣା ଘଟ। ଇ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।
ଅଞ୍ଚଳବାସୀ ଆହତ ହେଲପର କୁ ଉଦ୍ଧାର କରିବାପରେ ଖବର ପାଇ ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ହେଲପର କୁ
ଜି.ଉ ଦୟଗିରି ଡାକ୍ତରଖାନାରେ ଭର୍ତ୍ତିକରି ଥିଲେ।
ସେହି ପରି ଖଜୁରିପଡ଼ା ଥାନା ଅର୍ନ୍ତଗତ ଦୁତିମେଣ୍ଡି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିବା ଫଳରେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଉଦ୍ଧାର କରି ଖଜୁରୀପଡା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ ବିଭାଗ ଘଟଣ । ସ୍ଥଳରେ ପହଞ୍ଚି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଦୁର୍ଘଟଣାଗ୍ରସ୍ତ ହିରେ । ହଣ୍ଡାବାଇକ ନମ୍ବର ଓ ଆର୦୭.ଏଚ୍ ୪୪୦୯ ବୋଲି ଜଣାପଡିଛି ା ଆହତ ବାଇକ ଚାଳକଙ୍କ ପରିଚୟ ଜଣାପଡିନାହିଁ।
ଖଜୁରିପଡ଼ା ପୋଲିସ ଘଟଣାର ତଦନ୍ତ କରୁଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































