କନ୍ଧମାଳ ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ପୁରୁଖା ଜଘନ୍ୟ ଗଞ୍ଜେଇ ମାଫିଆ ପ୍ରକାଶ ଗିରଫ
ବାଲିଗୁଡା,:(ଉଲାପ୍ର):ସମଗ୍ର କନ୍ଧମାଳ ଜିଲ୍ଲା ପୋଲିସ କୁ ବିଭିନ୍ନ ସ୍ଥାନରେ ଚକମା ଦେଇ ନିର୍ଭୟରେ ଗଞ୍ଜେଇ ବେପାରର କାୟା ବିସ୍ତାର କରି ଚାଲିଥିବା ଜଘନ୍ୟ ପୁରୁଖା ଗଞ୍ଜେଇ ମାଫିଆ କୁ ରବିବାର ବାଲିଗୁଡା ପୋଲିସ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ, ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳ ବଳ ମାଓ ପ୍ରବଣ ଅଞ୍ଚଳ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ପୁରୁଖା ଗଞ୍ଜେଇ ମାଫିଆ ପ୍ରକାଶ ମହାନନ୍ଦଙ୍କୁ ଗିରଫ କରି ପଚରା ଉଚୁରା କରିବା ସହ କୋର୍ଟ ଚାଲାଣ କରିଛନ୍ତି l ସୂଚନା ଯୋଗ୍ୟ ଯେ, ମାଫିଆ ପ୍ରକାଶ ଙ୍କ ନାମରେ ଏକ ପୁରୁଣା କେଶ ନଂ.୨୦୬/୨୦ ୟୁ /ଏସ.୨୦ ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରି ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ତଦନ୍ତ ଭାର ଗ୍ରହଣ କରି ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































