ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ର ଦାବି, ରାଧାନାଥ ରଥଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଭାବେ ସରକାର ଘୋଷଣା କରନ୍ତୁ
ଆଠଗଡ(ବୁରୋ news)ପଦ୍ମଭୂଷଣ, ସମାଜର ପୂର୍ବତନ ସମ୍ପାଦକ,ଆଠଗଡର ପୂର୍ବତନ ବିଧାୟକ,ରାଜ୍ୟର ଅନେକବାର ମନ୍ତ୍ରୀ ହୋଇଥିବା ଡ଼ଃ ରାଧାନାଥ ରଥଙ୍କ ଜନ୍ମସ୍ଥାନ ରାଧନାଥପୁର ଶାସନ ଘରକୁ ସ୍ମାରକୀ କରିବା ପାଇଁ ଆଠଗଡ ର ସ୍ୱେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ଠାରେ ଦାବି କରିଛି,ଆଠଗଡ ରାଧନାଥପୁର ଶାସନର ପ୍ରଥମ ସନ୍ତାନ ହୋଇଥିବା ଯୋଗୁ ତାଙ୍କ ନାମ ଅନୁସାରେ ରାଧନାଥପୁର ଶାସନ ହୋଇଛି,ଡ଼ଃ ରଥଙ୍କ ଘର ଶାସନ ରେ ଏବେବି ରହିଛି,ଯେହେତୁ ଏହି ଘରେ ଡ଼ଃ ରଥ ଜନ୍ମ ହୋଇଥିଲେ ସେ ଘରକୁ ଏକ ସ୍ମାରକୀ କରାଯିବାପାଇଁ ଦାବି ଜୋର ଧରିଛି,ଏହି ଘରଟି ଡ଼ଃ ରଥଙ୍କ ପୈତୃକ ଘର ହୋଇଥିବା ଯୋଗୁ ଘରଟି ଏବେ ତାଙ୍କ ପରିବାର ଅଧୀନରେ ଥିବାବେଳେ ଘରଟିକୁ ଭଡା ଦିଆଯାଇଛି,ଡ଼ଃ ରଥଙ୍କ କନ୍ୟା ହେଉଛନ୍ତି ସମାଜର ପୂର୍ବତନ ସମ୍ପାଦିକା ଡ଼ଃ ମନୋରମା ମହାପାତ୍ର,ଗୋପବନ୍ଧୁଙ୍କ କାଗଜ ସମାଜ ଡ଼ଃ ରଥଙ୍କୁ ଅନେକ କିଛି
ଦେଇଛି,ଗୋପବନ୍ଧୁଙ୍କ ପରେ ଡ଼ଃ ରଥ ସମାଜକୁ ଆଗେଇ ନେଇଥିଲେ ଜୀବନର ଶେଷ ପର୍ଯ୍ୟନ୍ତ ଡ଼ଃ ରଥ ସମାଜ ରେ ରହିଥିଲେ,ହେଲେ ଡ଼ଃ ରଥଙ୍କ ଜନ୍ମସ୍ଥାନ ପ୍ରତି ସମାଜ ଅବହେଳା କରିଥିବା ମନେହୁଏ,ଡ଼ଃ ରଥଙ୍କ ଯୋଉ ଦାୟାଦ ମାନେ ଏବେ ଅଛନ୍ତି ସେମାନଙ୍କୁ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ତରଫରୁ ଅନୁରୋଧ କରୁଛୁ ସେ ଘରକୁ ରାଜ୍ୟ ସରକାର ହୁଅନ୍ତୁ କିମ୍ବା ସମାଜ ଅନୁଷ୍ଠାନ ହାତରେ ଛାଡିଦେଲେ ଏହି ଘରଟିକୁ ସ୍ମାରକୀ କରାଯାଇ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା,ଆମେ ରାଜ୍ୟ ସରକାର ,ସମାଜ ଅନୁଷ୍ଠାନ,ପର୍ଯ୍ୟଟନ ବିଭାଗ ,ଆଠଗଡ ବିଧାୟକ ଙ୍କ ନିକଟରେ ଦାବିକରୁଛୁ ଡ଼ଃ ରାଧାନାଥ ରଥଙ୍କ ପରିବାର ସହିତ ଆଲୋଚନା କରାଯାଇ ଯଥାଶୀଘ୍ର ପଦ୍ମଭୂଷଣ ଡ଼ଃ ରଥଙ୍କ ଗୃହକୁ ଭଡାସୂତ୍ରରୁ ଉଧାରକରି ଏହି ଗୃହକୁ ଏକ ସ୍ମାରକୀଭାବେ ଘୋଷଣା କଲେ ଆଠଗଡ ବାସି ଉପକୃତ ହୁଅନ୍ତେ,ଏବେବି ଏହି ଗୃହରେ ଡ଼ଃ ରାଧାନାଥ ରଥଙ୍କ ଏନ୍ତୁଡ଼ି ଶାଳା ରହିଛି,ଯଥାଶୀଘ୍ର ରାଜ୍ୟ ସରକାର, ପର୍ଯ୍ୟଟନ ବିଭାଗ, ଆଠଗଡ ବିଧାୟକ ଏବଂ ସମାଜ ଅନୁଷ୍ଠାନ ପଦକ୍ଷେପ ନେବେବୋଲି ଆଶା କରୁଛୁ,କାହିଁକି ନା ସମାଜର ପ୍ରକାଶକ ଓ ମୁଦ୍ରାକର, ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ରାଧନାଥପୁର ଶାସନର ବାସିନ୍ଦା ତଥା ଆଠଗଡର ଯୋଗଜନ୍ମା ବ୍ୟକ୍ତି ନିରଞ୍ଜନ ରଥ ଯିଏକି ଡ଼ଃ ରାଧାନାଥ ରଥଙ୍କ ପରେ ଆଠଗଡ ରୁ ସମାଜ ଓ ଲୋକସେବକ ମଣ୍ଡଳର ମଙ୍ଗ ଧରିଛନ୍ତି ତାଙ୍କୁ ଉଦୟ ଲାବଣ୍ୟ ଓ ଗଡଜାତ ପରିକ୍ରମା ତରଫରୁ ତାଙ୍କ ନିକଟରେ ଦାବି କରୁଛୁ ସେ ବ୍ୟକ୍ତି ଡ଼ଃ ରଥଙ୍କ ବାସଭବନକୁ ସ୍ମାରକୀ କରିବାପାଇଁ ଆଗେଇ ଆସିବେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































